Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4.5  

Nilamani Thapa

Inspirational Others

ମନେ ପଡେ ପିଲା ଦିନ

ମନେ ପଡେ ପିଲା ଦିନ

1 min
304



ହସି ହସେଇବା          ପିଲା ଦିନ କଥା

        ସଦା ପଡେ ମୋର ମନେ

ସଭିଙ୍କ ଖୁସିରେ           ଉଲ୍ଲାସିତ ମନ

       ତୃପ୍ତି ଆସଇ ଜୀବନେ । 


ବାଲି ଅଗଣାରେ       ଖେଳୁଥିଲେ ଖେଳ

       କେତେ ଯେ ବାଲି ଘର

ସେ ବେଳ ଆନନ୍ଦ      କହିଲେ ନ ସରେ

       ଆଭୁଲା ସ୍ମୃତି ମୋହର ।


ବଦଳି ଗଲାଣି            ସମାଜ ର ନୀତି

       ଦେଖୁଁ ଅଛୁ ନୂଆ ଲିଳା

ଆଉ କି ପାଇବା         ସେଇ ମଜାଳିଆ

       ସବୁତ ସରି ଆସିଲା ।


ସମାଜ ସବୁକୁ           ବଦଳାଇ ଦେଲା

         ସମୟ ତା ବାଟେ ଗଲା

ନୁଆ ନୁଆଁ ସବୁ          ଗଢି ହୋଇଗଲା

         ଦେଖି ବାକୁ ନ ମିଳିଲା ।


ବାପାଙ୍କ ସାଥିରେ          ଶଗଡ ଗାଡିରେ

         ବସି ଯାଉଥିବା ମଜା

ସେଇ କଥା ଭାବି        ମନେ ପକାଇଲେ

          ଅତିତ ହୁଅଇ ତାଜା ।


ପାଇବା କି ଆଉ           ଆମ ପିଲାବେଳ

         ସବୁତ ଯାଇଛି ସରି

ମନ କଥା ସିନା              ମନରେ ରହିଛି

         ଆଉ କି ଆସିବ ଫେରି ।


ବିଜ୍ଞାନ ବଳରୁ              ନୁଆ ନୁଆ ବାଟ

         ପରି ବର୍ତ୍ତନ ହୋଇଲା

ପୁରୁଣା ଚଳଣି             ଉଭେଇ ଗଲାଣି

         ନୂଆ ସବୁ ଆସି ଗଲା ।


କିଏ ଜାଣି ଥିଲା           ଏପରି ହୋଇବ

        ସମୟ ର କରାମତି

ଉନ୍ନତି ଦିଗରେ               ପରି ବର୍ତ୍ତନର

        ଏହା ହୋଇଛା ତା ସ୍ଥିତି ।


ଦିନ ସିନା ଗଲା         ତା'ବାଟରେ ଚାଲି

       ଭୂଲିନି ସେ କଥା ମନ

ସମୟ ସମୟେ         ଏକାନ୍ତ ରେ ଥାଇ

       ମନେ ପଡେ ପିଲା ଦିନ ।



        

     


Rate this content
Log in