ମନେ ପଡେ ପିଲାଦିନ
ମନେ ପଡେ ପିଲାଦିନ
ହସି ହସେଇବା ପିଲାଦିନ କଥା
ପଡୁଅଛି ମୋର ମନେ
ସଭିଙ୍କ ଖୁସିରେ ଉଲ୍ଲାସିତ ମନ
ତୃପ୍ତି ଆସଇ ଜୀବନେ ।
ବାଲି ଅଗଣାରେ ଖେଳୁଥିଲେ ଖେଳ
କେତେ ଯେ ବାଲିଘର
ସେ ବେଳ ଆନନ୍ଦ କହିଲେ ନ ସରେ
ଅଭୁଲା ସ୍ମୃତି ମୋହର ।
ବଦଳି ଗଲାଣି ସମାଜର ନୀତି
ଦେଖୁଅଛୁ ନୂଆ ଲୀଳା
ଆଉ କି ପାଇବା ସେଇ ମଜାଳିଆ
ସବୁତ ସରି ଆସିଲା ।
ସମାଜ ସବୁକୁ ବଦଳାଇ ଦେଲା
ସମୟ ତା' ବାଟେ ଗଲା
ନୁଆ ନୁଆ ସବୁ ଗଢି ହୋଇଗଲା
ଦେଖି ବାକୁ ନ ମିଳିଲା ।
ବାପାଙ୍କ ସାଥିରେ ଶଗଡ ଗାଡିରେ
ବସି ଯାଉଥିବା ମଜା
ସେଇ କଥା ଭାବି ମନେ ପ
କାଇଲେ
ଅତୀତ ହୁଅଇ ତାଜା ।
ପାଇବା କି ଆଉ ସେଇ ପିଲାବେଳ
ସବୁତ ଯାଇଛି ସରି
ମନ କଥା ସିନା ମନରେ ରହିଛି
ଆଉ କି ଆସିବ ଫେରି ।
ବିଜ୍ଞାନ ବଳରୁ ନୂଆ ନୂଆ ବାଟ
ପରିବର୍ତ୍ତନ ହୋଇଲା
ପୁରୁଣା ଚଳଣି ଉଭେଇ ଗଲାଣି
ନୂଆ ସବୁ ଆସିଗଲା ।
କିଏ ଜାଣିଥିଲା ଏପରି ହୋଇବ
ସମୟର କରାମତି
ଉନ୍ନତି ଦିଗରେ ପରିବର୍ତ୍ତନର
ବଦଳି ଯାଇଛି ସ୍ଥିତି ।
ଦିନ ସିନା ଗଲା ତା'ବାଟରେ ଚାଲି
ଭୂଲିନି ସେ କଥା ମନ
ସମୟେ ସମୟେ ଏକାନ୍ତରେ ଥାଇ
ମନେ ପଡେ ପିଲାଦିନ ।