STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ମୁଠାଏ ସ୍ମୃତି

ମୁଠାଏ ସ୍ମୃତି

1 min
269


ଜୀବନ ନଉକା ଭାସି ଭାସି ଯାଏ

କୂଳରେ ଲାଗିବ କେବେ ?

କେ ପାରିବ କହି ନଦେଖୁଛି କେହି

କହି କି ପାରିବ ଏବେ  ?


ଭାସିଲା ସେ କେବେ ସେକଥା ଗୋଟିକ

ସ୍ମୃତିପଟଳରେ ନାହିଁ ।

ଶୈଶବର ସ୍ମୃତି ରହିବା କାହାର

କେବେ ସମ୍ଭବ ନୁହଇ ।


ଅଳ୍ପ ବୟସର ହୋଇଗଲା ପରେ

କିଛି କିଛି ସ୍ମୃତି ତାର ।

ଆସୁଛି ମନରେ ସାଙ୍ଗସାଥୀ ମେଳେ

ଖେଳକୁଦ କରିବାର  ।


କିଛି ସେତେବେଳେ ଚିନ୍ତା ତ ନଥିଲା

ଖିଆପିଆ ଖେଳାବୁଲା ।

ପଢା ସମୟରେ ହୁଏ ପାଠପଢା

ଅନ୍ୟ ବେଳରେ ଚଗଲା ।


ପୌଗଣ୍ଡ କିଶୋର ଯୁବ ବୃୃଦ୍ଧାବସ୍ଥା

ସବୁ କିଛି ମନେଅଛି ।

ପର ଉପକାର କରିବା ପାଇଁକି

କେତେ କମର କସିଛି  ।


କହିବା ଉଚିତ ନୁହଇ କଦାପି

କଲି କା'ର ଊପକାର ।

ଚାହେଁନାହିଁ କେବେ କିଏ ସେ କରିବ

ଅବା ପ୍ରତିଉପକାର    ।


କର୍ମ କଲାବେଳେ ଯେତେ ଯେତେ

ସବୁ ଭଲ ଭଲ କାମ ହେଲା।

ପ୍ରଭୁ କରାଇଲେ ନିମିତ୍ତ ହେଲି ମୁଁ

ସେ ସ୍ମୃତି ମନେ ରହିଲା  ।


ତହିଁଁରୁ ମୁଠାଏ ସ୍ମୃତି ମନେ ପଡି

ବହୁତ ଆନନ୍ଦ ଦିଏ ।

କେବେ କେବେ ଦେଖେ ସେ ସୁନ୍ଦର ସ୍ମୃତି

ମନେ ମୋର ଭାସୁଥାଏ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Niranjan Mishra

ଅଂଶୁଘାତ

ଅଂଶୁଘାତ

2 mins വായിക്കുക

ଯୁଦ୍ଧ

ଯୁଦ୍ଧ

1 min വായിക്കുക

ଶୀତ

ଶୀତ

1 min വായിക്കുക

ରାଜ୍ୟ

ରାଜ୍ୟ

1 min വായിക്കുക

ଧନୀ

ଧନୀ

1 min വായിക്കുക

ଦୀପାବଳି

ଦୀପାବଳି

1 min വായിക്കുക

ବିଜ୍ଞାନ

ବିଜ୍ଞାନ

1 min വായിക്കുക

ଦୀପାବଳି

ଦୀପାବଳି

1 min വായിക്കുക

Similar oriya poem from Inspirational