STORYMIRROR

Gyanendriya Dash

Inspirational Others

4  

Gyanendriya Dash

Inspirational Others

ସ୍ମୃତିରେ ସ୍ମୃତିରେ

ସ୍ମୃତିରେ ସ୍ମୃତିରେ

1 min
362


ବଡ଼ ଝିଅକୁ ମୁଁ ବାହା ଯେ ଦେଲି

କନ୍ୟାଦାନ କରି ପୂଣ୍ୟ ଅର୍ଜିଲି ଯେ

ଦୁଇ ହଜାର ବାଇଶି,

ଦେଲା ମୋତେ କେତେ ଉତ୍ସାହ ଖୁସି ।।

ଅଗଷ୍ଟ ମାସରୁ ମୋ ଅବସର

ଚାକିରୀ ଜୀବନୁ ହେଲି ବାହାର ଯେ

ବାର୍ଦ୍ଧକ୍ୟରେ ନାମ ଲେଖି,

କାଟିଦେବି ଦିନ ନ ହୋଇ ଦୁଃଖୀ ।।

ମାନବ ସେବା ହିଁ ମାଧବ ସେବା

ପ୍ରବଳ ମନ ମୋ ସେବା କରିବା ଯେ

ଯୋଡ଼ିହେଲି ଅନୁଷ୍ଠାନେ,

କାମ କରିଲି ମୁଁ ଆନନ୍ଦ ମନେ ।।

ଘର ଖଣ୍ଡେ କରିବାକୁ ମୋ ଇଚ୍ଛା

ଜଗନ୍ନାଥଙ୍କର ଥିଲା ଶୁଭେଚ୍ଛା ଯେ

ହେଉଅଛି ପୂର୍ଣ୍ଣ ତାହା,

ଆଶୀର୍ବାଦ ଥାଉ ହେ ଚଉବାହା ।।

କବିତା ଲେଖାକୁ ଆଗେଇ ନେଲି

ଚାରିଆଡ଼ୁ କେତେ ଯଶ ପାଇଲି ଯେ

ପୁରସ୍କାର ଓ ସମ୍ମାନ,

ବର୍ଷସାରା ବୃଦ୍ଧି ମୋ ସ୍ୱାଭିମାନ ।।

ସ୍ମୃତିରେ ସ୍ମୃତିରେ କଟୁଛି ବର୍ଷ

ଦେଇ ମୋ ମନରେ ଆନନ୍ଦ ହର୍ଷ ଯେ

ଆଉ କିଛି ଦିନ ପରେ,

ତେଇଶି ଆସିବ ହସ ଖୁସିରେ ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational