STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବନ୍ଦନୀୟ କତିପୟ

ବନ୍ଦନୀୟ କତିପୟ

1 min
361


ମୋତେ ସ୍ନେହରେ ଗେହ୍ଲାରେ 

କୋଳେଇ କାଖେଇ କାନ୍ଧେଇ

ଅଳି ଅଝଟ ସହି

ଛୋଟରୁ ବଡ଼ ଟିଏ କରିଥିବା

ଚରିତ୍ରମାନଙ୍କୁ କରୁଛି

ସର୍ବାଗ୍ରେ ଦଣ୍ଡବତ

କାରଣ 

ତାଙ୍କର ତ୍ୟାଗ ବଳିଦାନ

ତପସ୍ୟା ଲାଳନ ପାଳନ

ସଂସ୍କାର ଶିକ୍ଷା ସଂମ୍ଭାଷଣ 

ମୋ ହୃଦୟକୁ କରିଛି

ବିଶାଳ ଗତିଶୀଳ

କ୍ଷମାଶୀଳ ବିଚାରବନ୍ତ ।


ମୋତେ ଯେଉଁ କତିପୟ

ପ୍ରେମରେ ବାନ୍ଧି ଅନୁନୟ

ଦେଇ ବନ୍ଧୁ ବାନ୍ଧବୀର ପରିଚୟ

ପ୍ରେମୀକ ପ୍ରେମୀକାର ଅଭିନୟ 

ମୁଦ୍ରାରେ ସବିନୟ 

କରି ଚାଲିଛନ୍ତି ମୋ ଜୀବନ ଅମୃତମୟ

ସେହି ଆପଣାର ହସମୁଖିଆ ସାଙ୍ଗମାନଙ୍କୁ

ସର୍ବାଗ୍ରେ କରମର୍ଦ୍ଦନ

କାରଣ

ତାଙ୍କର ଅକାପଟ୍ୟ ସଖ୍ୟ

ବନ୍ଧୁତ୍ୱର ଆସ୍ଵାଦନ ଆଲେଖ୍ୟ

ଜୀବନ ଜିଇଁବାର କଳା କୌଶଳ 

ଶିକ୍ଷା ନିକେତନ ପୁସ୍ତକାଳୟ 

ବନ୍ଧୁର ପଥ ବହୁଦୂର

ହାତରେ ହାତ ମିଶେଇ

ପାଦରେ ପାଦ ପକେଇ

ମାଡି ଆସିଲି ଦୈଡ଼ି ଆସିଲି

କଣ୍ଟକିତ ପଥ ଲାଗିଲା

ବରାଭୟ ସୁଧାମୟ ବିଭୁମୟ ।


ଅଭୂଲା ଅତୀତରୁ କିଛି କମନୀୟ

କଲେଜ ବେଳର କେତେ ନମନୀୟ

କର୍ମକ୍ଷେତ୍ରରେ ଅନେକ ବନ୍ଦନୀୟ

ମୋର ଆଦର୍ଶ ଶିକ୍ଷକ ମହନୀୟ

ଭାରତ ମାତାର ବୀର ସନ୍ତାନ ସ୍ମରଣୀୟ

ସେହି ବିରଳ ବ୍ୟକ୍ତିତ୍ଵ ପୁଙ୍ଗବ କତିପୟ

ଆପେ ଆପେ ନଇଁଯାଏ ମଥା ଶରଣମୟ

କାରଣ

ତାଙ୍କରି ଆଦର୍ଶ ମାର୍ଗଦର୍ଶନ କରି ପାଥେୟ

ତାଙ୍କରି କାଣିଚାଏ ବାଣିକୁ ମଣି ମାଥେୟ

ଆତୁରେ ଚାତୁରେ ରାସ୍ତାରେ ଆଦରି ମନ୍ତ୍ରେୟ

ମୋ ଜୀବନେ ଝଡ଼ଝଞ୍ଜାର ନାହିଁ ଡର ଭୟ

ଅଦୃଶ୍ୟ ଚିନ୍ତାକଳ୍ପ ସହଯୋଗେ 

ଚାରି ଦିନର ଆୟୁଷ ଲାଗୁଛି 

ଅତୁଲ୍ୟ ଅମୂଲ୍ୟ ଜାଜ୍ଜ୍ଵଲ୍ୟମୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational