ମୁଠାଏ ମାଟିର ବିଶ୍ୱାସ
ମୁଠାଏ ମାଟିର ବିଶ୍ୱାସ
କବିତା - ମୁଠାଏ ମାଟିର ବିଶ୍ୱାସ
ରଚନା - ପଞ୍ଚାନନ ଜେନା
ତାରିଖ -୦୫-୦୬-୨୦୨୬
++++++++++++++++++
ମୁଠାଏ ମାଟିର ବିଶ୍ୱାସ
ଆଉ ଅଖଣ୍ଡ ନିଃଶ୍ଵାସ
ଆଜି ଘଞ୍ଜ ନିଘଞ୍ଜ କଂକ୍ରିଟ ଜଙ୍ଗଲରେ
ଆଜି ତତଲା ନିଦାଘ ଝାଞ୍ଜିରେ
ଅଣନିଃଶ୍ୱାସୀ ପରି ମାଗେ ଆଶ୍ୱାସ
ସତେ ଯେମିତି ମାଓବାଦୀମାନେ
ପୁଲିସ ବସସସ୍ତ୍ରବଳ ସହିତ
ଦିନ ଯାକର ଖଣ୍ଡ ଯୁଦ୍ଧପରେ
ଖୋଜନ୍ତି କେଇ ଘଣ୍ଟା ବହଳ ପ୍ରଶ୍ଵାସ
ସବୁଜିମା ପୂର୍ଣ୍ଣ ପରିବେଶ ଆଜି ଶ୍ରୀହୀନ
ବିଚରା ପ୍ରକୃତି ଲୁହ ଝରାଏ
ତରୁ-ତୃଣ ଜଗତ ଆଜି ଶ୍ଵାସରୁଦ୍ଧ
ବିଚରା ଜୀବନ ଲହୁ ପିଇଯାଏ
ସତ ଧିକ୍କାର ତୁମର ନଭଶ୍ଚୁମ୍ଭୀ ପ୍ରାଚୁର୍ଯ୍ୟ
ସତ ଧିକ୍କାର ତୁମର ପାରିଲା ପଣିଆର ମାଧୁର୍ଯ୍ୟ
ବାଟବଣା ତ ହେଲଣି
ଆଉ କେତେ କାଳ ହେବ ହଇରାଣ
ଟାଣ ପଣିଆ ଛାଡ଼ ମୁଢ଼ ଜନ୍ତୁରାଣ
ପଛକୁ ଫେରି ଦେଖ ଫେଡ଼ି ବେନି ନୟନ
ଘୁଣ ଖାଇବା ଆଗରୁ ପଢିନିଅ ବୁଝିନିଅ ଅଗ୍ନିବାଣ
ମାନି ନିଅ ନିଜର ମୂଢ଼ ମୂର୍ଖତା
ନଇଁ ଯିବାରେ ହିଁ ସାଧୁତା ଓ ସୌମ୍ୟତା
କାରଣ ନମନୀୟ ହିଁ କରଣୀୟ
କାରଣ କମନୀୟ ହିଁ ବନ୍ଦନୀୟ
ଗଛ ହିଁ ଗୋଟିଏ ଆଶ୍ଵା ଓ ବିଶ୍ୱାସ
ସବୁଜ ବଳୟ ହିଁ ଶେଷ ପ୍ରୟାସ
ପରିବର୍ତ୍ତିତ ପରିବେଶ ହିଁ ଶ୍ରେଷ୍ଠ ଆଦେଶ
କଂକ୍ରିଟକୁ ଛାଡ଼ି ସବୁଜ ଯୁଗକୁ ଫେରିଆସ
ବିଶ୍ଵ ପରିବେଶ ଦିବସରେ ମାନି ନିଅ ବିଭୁ ନିର୍ଦ୍ଦେଶ
