STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଖଟା ଟଭା

ଖଟା ଟଭା

1 min
0

କବିତା - ଖଟା ଟଭା
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୦୬-୨୦୨୬
 ++++++++++++++++
 ଲମ୍ବି ଯାଇଛି ରାଷ୍ଟ୍ରୀୟ ରାଜମାର୍ଗ
 ଗାଇ ଗାଇ ସଫଳତାର ଗୁରୁମନ୍ତ୍ର
 ବୈଶୀକରଣ ଯୁଗରେ ଗମନାଗମନର ସନ୍ମାର୍ଗ

 ବଡ଼ ବଡ଼ ବ୍ୟାନରରେ ସଚିତ୍ର ଲେଖାଥିଲା
 ଆମ ଦେଶ ଆଗେ ଆଗେ ବଢ଼ୁଛି ଦୈତୁଛି
ବିଶ୍ଵ ଅର୍ଥନୀତିରେ ପଞ୍ଚମରୁ ତୃତୀୟ ସ୍ଥାନକୁ ଉନ୍ନୀତ ହେବାକୁ
କସରତ ପ୍ରୟାସରତ ଅନବରତ କରୁଛି

 ଭଲ କଥା,
 ଆମ ଭାରତ ଦେଶ ହେବ ବିଶ୍ୱଗୁରୁ
ମନ ଭାବନାରେ
 ଚିନ୍ତା ଚେତନାରେ
ମୁଖ ମୟୁଖରେ
 ଖୁସିର ଲହରୀ ଖେଳୁଥିଲା ମିଠାଚରୁ

 ଆଉ କେଇ ପାଦ ଆଗକୁ ଗଲି
ଯାହା ଦେଖିଲି
 ମନ ଘର ଧରି ଗଲା
ସବୁ ଦିନ ପରି
କଥାରେ ଶବ୍ଦରେ ରୂପେଲି ସୁନେଲି ଆଭା
ଭିତରେ ଖାଲି ଫମ୍ଫା ପୋଲା ପିତା ଖଟା ଟଭା

 ଚପଲ ନାହିଁ ପାଦରେ
 ନବେ ବର୍ଷର ମଉସା ବାର୍ଦ୍ଧକ୍ୟ ଭତ୍ତା ପାଇଁ
ଧାଇଁ ଧାଇଁ ପଞ୍ଚାୟତ ଅଫିସ ନୟାନ୍ତ
ଉତ୍ତର ଥିଲା ଲିଙ୍କ ଫେଲ
 ଝାଳରେ ସର୍ବାଙ୍ଗ କର୍ଦ୍ଦମାକ୍ତ

 ଶହେରୁ ଅନେଶତ ସତକଡ଼ା ଶଳା ବେଇମାନ
କହୁଛ କ'ଣ ନା ଆମ ଦେଶ ଭାରତ ମହାନ

 ପେଟରେ କୁନି ପୁଅକୁ ଜାକି
ବିଚରା ମା' ମୁଣ୍ଡେଇଛି ବ୍ୟାଣ୍ଡବାଜା ଲାଇଟ୍
 ନାଗୀନ୍ ନାଚର ତାଳେ ତାଳେ
 ସୁରା ସାକି ଏଠି ମାତାଲ୍
 ଡିଜେ ସାଉଣ୍ଡର ବିକଟାଳ ଶବ୍ଦରେ
ପୂରା ସହର ବଜାର ଝୁମୁଥାଏ ବୋବାଲ୍
 ହୃଦଘାତରେ ପରଲୋକ ଗମନ କଲେଣି
ବଡ଼ କକେଇ କେତେବେଳୁ ଦାଣ୍ଡପିଣ୍ଡାରେ
 ଜାଣିବାକୁ ସମୟ କାହିଁ ଯେ
ସମସ୍ତେ ପରା ଇନ୍ଦ୍ରଜାଲ ମାୟାରେ ବେହାଲ୍
ଆରମ୍ଭ ହୋଇଯିବ କୁମ୍ଭୀର କାନ୍ଦଣା
 ଗଗନ ପବନ ପ୍ରକମ୍ପିତ କରିଦେବେ
 ପୁରା ମଣିଷ ସମାଜ ନିମ୍ନଗାମୀ ହୀରାଲାଲ୍

 ଶହେରୁ ଶହେ ଶତକଡ଼ା ଏଠି ଖଚୁଆ ପେଞ୍ଚୁଆ
ଲେଖୁଛ କ'ଣ ନା ତୃତୀୟ ବିଶ୍ୱଗୁରୁ ହେବ ଗେରୁଆ


Rate this content
Log in

Similar oriya poem from Tragedy