ଅନ୍ଧାର ଭ୍ରମଣ
ଅନ୍ଧାର ଭ୍ରମଣ
କବିତା - ଅନ୍ଧାର ଭ୍ରମଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୦୬-୨୦୨୬
++++++++++++++++
କାନରେ ବ୍ଲୁଟୁଥ୍ ଦେଇ ଶୁଣହେ ଶୁଣ
ଶବ୍ଦ ସମୁଦ୍ର ଛିଟିକି ପଡିବ ଝଣ ଝଣ
ମାଟିର ମଣିଷ ମାଟି ଅଗଣାରେ
ସହିବା ଜାଣିଛି ଛାତି ପତେଇ କଣକଣ
ପିଇବାକୁ ପଡିପାରେ ଘାତ ସଂଘାତର ଦ୍ରବଣ
ଜହ୍ନ ଗାଧୁଆ ବେଳରେ
ଘଟିପାରେ ଅନେକ ଅଘଟଣ
ଭୋଗିବାକୁ ପଡ଼ିବ କିଟିକିଟି ଅନ୍ଧାର ଭ୍ରମଣ
ତାରା ଭରା ବଗିଚାରେ
ଦଂଶିଦେଇ ପାରେ ଅମଣା ଢ଼ମଣା
ଗଦ ଶୁଙ୍ଘେଇବାକୁ ହେବ ଫଣ୍ଟା ଫଣ୍ଟା କଷଣ
ଆକାଶ ଛାତିରେ ପାଦ ଆପିଛି
ଭାବନାରେ ବ୍ୟାସାର୍ଦ୍ଧରୁ ବୃତ୍ତ ଯାଏ ଘୁରୁଛି
ମାପି ଦେବାକୁ ହେବ ତେଲ ଲୁଣର ମିଶ୍ରଣ
ସଭ୍ୟତାର ମେହି ଖୁଣ୍ଡରେ ବାନ୍ଧି ଦେଇଛି
ବେଦ ବେଦନାର ଦୟା କରୁଣାର ସ୍ପନ୍ଦନ
କେତେ ବେଳେ ବି ଭୂମିକମ୍ପ ଆସିପାରେ
ଧର୍ଯ୍ୟ ଧରିବାକୁ ହେବ ଭଗ୍ନସ୍ତୁପରେ ସ୍ନେହ ବନ୍ଧନ
