ଅତ୍ର ତତ୍ର ସର୍ବତ୍ର
ଅତ୍ର ତତ୍ର ସର୍ବତ୍ର
କବିତା - ଅତ୍ର ତତ୍ର ସର୍ବତ୍ର
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୬-୨୦୨୬
+++++++++++++++++
ଭାବିଲେ ଭାବି ବସିଲେ ମିତ୍ର
ସବୁ ଲାଗେ ରଙ୍ଗ ବେରଙ୍ଗରେ
ଲେପା ପୋଛା ଚିତ୍ର ବିଚିତ୍ର
ଆହୁରି ବିଡମ୍ବନାରେ ଶରବିଦ୍ଧ
ସବୁ ଆଶା ଆଶଙ୍କାର ଚରିତ୍ର
କି କହିବି ଆଉ
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆବଦ୍ଧ
ଅତ୍ର ତତ୍ର ସର୍ବତ୍ର ଅହୋରାତ୍ର
ଆଶ୍ଚଯ୍ୟ ହେବୁ--
ଆମେ
କହିବାକୁ ଚାହୁଁଥିବା କଥା
କେହି ଶୁଣନ୍ତି ନାହିଁ
ଆମେ ଶୁଣିବାକୁ ଭାବୁଥିବା କଥା
କେହି ବଦନ୍ତି ନାହିଁ
ଆଶ୍ଚଯ୍ୟ ଚକିତ ହେବୁ---
ଆମେ ଆଶା କରୁଛେ ଯାହା ହେଉଛି ଅନ୍ୟଥା
ଆମେ ଭରଷା ବାନ୍ଧୁଛେ ଯାହା ଫଳାଫଳ ବୃଥା
କାରଣ ଆମର ପେଞ୍ଚ ପ୍ରପଞ୍ଚ ଆଣୁଛି ଦହଗଞ୍ଜ
କାରଣ ଆମର ଫମ୍ପା ପବନ ଆଣୁଛି କ୍ରୋଧିତ ମଞ୍ଚ
ଆଶ୍ଚଯ୍ୟାନିତ ଶେଷରେ ହେବୁ--+
କଳ୍ପନା ଆମର ନିର୍ଦ୍ଦେଶ ଅଦୃଶ୍ୟ ହାତର
ଭାବନା ଆମର ସନ୍ଦେଶ ପ୍ରକୃତି ପୁରୁଷର
ପରୀକ୍ଷା ଆମର ପାସ୍ ଫେଲ ଖେଳ କର୍ମର
ପରୀକ୍ଷଣ ଆମର ସଫଳତାର ଶ୍ରେୟ ବିଶ୍ୱାସର
ଆମେ ଜ୍ଞାନୀ ବିଜ୍ଞାନୀ ହେଲେ ହେଁ
ଭୁଲୁଛେ
ଗୀତାର ମର୍ମବାଣୀ
ଦୁଃଖ ବି ତାଙ୍କର ସୁଖ ବି ତାଙ୍କର
କାହିଁ କରିବା ତର୍କ ବିତର୍କ ଦୋଷାରୋପ ସର୍ବାଣୀ
