STORYMIRROR

Mr.GAGAN BIHARI NAYAK

Fantasy Inspirational

3  

Mr.GAGAN BIHARI NAYAK

Fantasy Inspirational

ପ୍ରକୃତି ସ୍ବରୂପା

ପ୍ରକୃତି ସ୍ବରୂପା

1 min
157

ପାର୍ବଣ ଆସିଛି ଆଜି ଧରାଧାମକୁ

ସ୍ବାଗତ କରିବା ଆସ ମାଁ' ଦୁର୍ଗାକୁ ।

ଆସିଗଲା ମାତ,ହସେ ପାରିଜାତ

ଶରଦ ଚାନ୍ଦିନୀ ହସେ ଦେଖି କଇଁକୁ(୧)


ଧନ୍ଯ ସେଇ କଇଁ,

କେତେ ପୂଣ୍ଯ ନେଇ ।

ମାଆ ଗଳେ ନାଇ 

ଶୋଭା ପାଉ ଥାଇ ।।

ମଙ୍ଗଳ କାରିଣୀ ମାତା 

ପ୍ରକୃତିର ଶତରୂପା ।।

କଇଁ ହେଉ ଅବା ପଦ୍ମ

ଗଦା ହେଉ ଅବା ଶଙ୍ଖ ।।

ଶୋଭା ପାଉଥାଏ ତା' ଶ୍ରୀ କରକୁ(୨)


ସିଂହ ତାର ବାହନ

ସର୍ପ ତାର ଭୁଷଣ ।

ଶୁଳ କରି ଧାରଣ

ଚକ୍ର କରେ ପ୍ରେରଣ। 

ମୋତି ମାଣିକ ରତ୍ନ

ମାଆ କରି ଯତନ ।

କିରିଟୀ ର ମଥାନ

ଶୋଭା ତୈଲୋଚନ

ନମାମି ମାଁ ଦଶଭୁଜା ପ୍ରହରଣକୁ (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy