ଅୟମାରମ୍ଭ
ଅୟମାରମ୍ଭ
ଅତୀତର ସ୍ମୃତି ଯେବେ
ଭେଟ ହୁଏ ଚଲା ପଥେ କେବେ,
ହାତ ଧରି ରାଣ ଦେଇ
ଏବେ ଠାରୁ ଟାଣିନିଏ ତେବେ।
ଲାଗେ ବହୁଦିନ ପରେ
ସତେ କି ସେ ଥିଲା ଏବେ ଏବେ
ଫେରି ଯାନ୍ତି କିଛି ପଥ
ତା ସହିତ ଅତୀତକୁ ଭାବେ।
ହାୟ ଏ ସମୟ କିନ୍ତୁ
ଦିଏ ନାହିଁ ଟିକେ ନିଘା ଭାଗେ
ଶୈଷବରେ ଯୌବନର
ସ୍ବପ୍ନ ଏବେ ବୃଥା ଶ୍ରମ ଲାଗେ।
ଛାଡ ସାଥୀ ଛାତ ହାତ
କହିବାକୁ ହେବ ସେ ଦିନକୁ
ଆଉ ଏକ ଦିନ ପାଇଁ
ଜୀଇଁବାକୁ ହେବ ରଜନୀକୁ।