ସପନର ଶବାଧାରେ
ସପନର ଶବାଧାରେ
1 min
108
ଦିନ ଥିଲା ସ୍ବପ୍ନମାନେ ଧାଡି ବାନ୍ଧି
ଛିଡାହୋଇ ରହିଥିଲେ ଫାଟକ ଆଗରେ
ସମସ୍ତଙ୍କୁ ଦେଖିବାକୁ ନିଦ ବି ନଥିଲା
ରାତି କଣ ଦିବସ ବି ଛୋଟ ଲାଗୁଥିଲା
ଧୀରେ ତାଳୁ ଉପରୁ କେଶମାନେ ଗାୟବ ହେଲାପରି
ସ୍ବପ୍ନମାନେ ଗୋଟେ ଗୋଟେ ଛୁ ମାରିଲେ
ଏବେ ତ ଯାହା ଅଛି ବାସ୍ ଅଗାଡି ସପନ
ଯାହାକୁ ଦେଖିବା ପାଇଁ ଚଷମାର ନମ୍ବର କମ୍ ପଡେ
ଏଇ ପଛପଟେ କେରାଏ ଅଧାପଚା ବାଳ ଭଳି
ଯାହା ଦ୍ବାରା ଚନ୍ଦା ମୁଣ୍ଡ ଢାଙ୍କି ହୁଏ ନାହିଁ
ରାତି ସାରା ତୁଛା ଯାହା ସ୍ବପ୍ନହୀନ ରଙ୍ଗୀନ ନିଦ
ଦିନ ତମାମ ଧୂଧୂ ଆଖି ଝଲସା ଖରା
ଅପେକ୍ଷା ଆଉ ଏକ ଋତୁ ଏବଂ ଆଉ ଏକ ଇନ୍ଦ୍ରଧନୁର
