STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

କାଳ ଅକାଳ

କାଳ ଅକାଳ

1 min
222

ମୁଁ ନିଜେ ଏକ ସମୟ ତିଆରି କାରଖାନା

ସମୟର ଆକାର ପ୍ରକାର ରଙ୍ଗ ରୂପ 

ମୋହରି ତ ମସ୍ତିଷ୍କରୁ ଜାତ |

ମୁଁ ବୈଶାଖରେ ଫଗୁ ବୋଳି ବସନ୍ତ ବନାଏ 

ଆକାଶରେ କଳା ରଙ୍ଗ ଆଙ୍କି ଶ୍ରାବଣ ସଜାଏ 

ଫୁଲରେ ଫୁଲରେ ପ୍ରୀତି ବାସ ଦେଇ 

ଶୃଙ୍ଗାରର ଋତୁ ଖୋଜି ଆଣେ 

ମୁଁ ପୁଣି ହୁତାଶନ ନିଶ୍ଵାସରେ ସବୁଜିମା ଲୁଟି 

ନିଦାରୁଣ ନିଦାଘର କାଳ ସୃଷ୍ଟିକରେ |

କାଳକୁ ମୁଁ ରୂପାୟିତ କରେ କେତେ ଯେ ରୂପରେ 

ହେଲେ ରାତ୍ରି ଅନ୍ଧକାରେ କାଳ ଆସେ ପାଦ ଚିପି 

ବହୁରୂପୀ କେବେ କେଉଁ ବେଶେ କେବେ କେଉଁ ବେଶେ 

ତା ମନ ଇଚ୍ଛା ମୋତେ ସେ ସଜାଏ |

କେବେ ଶୈଶବରେ, କେବେ ଯୌବନରେ, କେବେ ବାର୍ଦ୍ଧକ୍ୟରେ

ଆରମ୍ଭରେ ଏନ୍ତୁଡିର ପୁନେଇଁ ଲଗ୍ନରେ 

ଜ୍ୟୋତ୍ସ୍ନାର ରୁପେଲି ରଙ୍ଗରେ 

ଅନ୍ତିମରେ ଗାଢ କଳା ଅମାସିଆ ରଙ୍ଗେ

ମୃତ୍ୟୁ ହୀମ ଶୀତଳ ତୁଳିରେ |

ପ୍ରତିସ୍ପର୍ଦ୍ଧା ତା ମୋ ଭିତରେ ଅହରହ ଚାଲିଥାଏ 

ସବୁ ଦିନେ ସବୁ ବେଳେ ଜୀବନରେ ହୋଲି ପରବରେ 

ଜାଣିଛି ଦିନେ ସେ ମୋତେ ସଜେଇବ ଜୁଇର ଶେଯରେ |

ହେଲେ ତା ଆଗରୁ ମୁଁ ଆଙ୍କି ଦେବି ତାର ଏକ ଚାରୁ ଚିତ୍ରପଟ୍ଟ 

ଖୁବ ମନୋରମ ଅତି ମନଲୋଭା 

ଯା ଭିତରେ ସେ ବି ମୋତେ ନିଜେ ଖୋଯୁ ଥିବ

ସେତେବେଳେ ମଧ୍ୟ ମୁଁ ହସୁଥିବି ଠିକ ଆଜି ପରି ||


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract