ମାନୁଛି... କିନ୍ତୁ
ମାନୁଛି... କିନ୍ତୁ
ମାନୁଛି ଘୋଟିଛି ଘୋର କଳା ଅନ୍ଧକାର
ଅନ୍ଯ ଏକ ସୂର୍ଯ୍ୟୋଦୟ ନାହିଁ ବେଶୀ ଦୂର ।
ମାନୁଛି କ୍ଷତାକ୍ତ ପଦ ରାସ୍ତା କଣ୍ଟକିତ
ଲକ୍ଷସ୍ଥଳ କିନ୍ତୁ ନିଶ୍ଚେ ପୁଷ୍ପରେ ଶୋଭିତ ।
ମାନୁଛି ଅନଳ ବର୍ଷେ ଆଜି ଗଗନରୁ
ବସନ୍ତ ବାସ୍ନା ବହିବ କାଲି ପବନରୁ ।
ମାନୁଛି ମନ ଆକାଶ ଏବେ ମେଘାଚ୍ଛନ୍ନ
ଭଷା ବାଦଲଟା ଗଲେ ସୁନୀଳ ଗଗନ ।
ମାନୁଛି ସମୟ ହୁଏ ବଡ ବିପରୀତ
ସବୁ ଭୟଂକର ଆଜି କାଲିକି ଅତୀତ।