କୋହଲା ପାଗର କାଲୁଆ କବିତା
କୋହଲା ପାଗର କାଲୁଆ କବିତା
ବରଷା ବରଷେ ତୁହାକୁ ତୁହା
ତହିଁରେ ବହୁଛି ହାଲେପା ବାଆ
କେମିତି ରହିବି କହ
ଜମାଟ ବାନ୍ଧିଲା କବିର କବିତା
ଆ ସାଥୀ ଚାଲି ଆ |
ଗଗନେ ଘୋଟିଛି କଳା ହାଣ୍ଡିଆ
ଚମକେ ବିଜୁଳି ଲାଗେ ଛାନିଆ
ମନ ହୁଏ ଆଶଙ୍କିତ
ଭାବନା ହଜିଛି ଅଭାବ ଭିତରେ
ଖୋଜି ଦେଇ ଯାଆ ମିତ |
ସାଗର ଭିତରୁ ଆସିଛି ଝଡ
ହୃଦୟେ ଉଠୁଛି ଲହରୀ ବଡ
କଲମ ଯାଉଛି ଥରି
ପ୍ରେମରୁ ଆରମ୍ଭ କବିର ସର୍ଜନା
ବିନା ପ୍ରେମେ ଯାଏ ମରି |