STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ସ୍ୱପ୍ନର ସମାଧି

ସ୍ୱପ୍ନର ସମାଧି

1 min
122

ସଞ୍ଜୁଆ ବେଳରେ ଯେବେ 

କଅଁଳିଆ କୁଆଁରୀ ଅନ୍ଧାର ତାର ଆସର ଜମାଏ 

ନଡିଆ ବାଉଙ୍ଗାର ସେପଟରୁ ଜହ୍ନ ଉଙ୍କିମାରେ 

ତାରାମାନେ ଗୋଟି ଗୋଟି ହୋଇ ଆସିଯାନ୍ତି ଆକାଶର ନୃତ୍ୟାଙ୍ଗନକୁ 

ସୁଲୁ ସୁଲୁ ପବନରେ ନିଦ ଆସେ ପଣତ ଉଡାଇ |

ସଞ୍ଜବତୀ ଲିଭି ଲିଭି ଆସେ ସଳିତାର ଆୟୁ ସରେ 

ସେଇଠୁ ଆରମ୍ଭ ହୁଏ ସପନର ଆଉ ଏକ ନୂତନ ଅଧ୍ୟାୟ 

ପୁରୁଣା ରାତିର ବ୍ୟଥା ଦରଗଢା କିଲା କଥା 

ସବୁ ହଜେ ବହଳ ଅନ୍ଧାର ସମୁଦ୍ରର ଗହଳ ଜଳ ରାଶି ତଳେ 

ଅସମ୍ଭବ ଓ ସମ୍ଭବର ତର୍କର ବାହାରେ 

ବାସ୍ତବ ଓ ଅବାସ୍ତବର ସୀମା ଆରପାରେ 

ତାରାର ଚାନ୍ଦୁଆ ତଳେ ମଞ୍ଚସ୍ଥ ହୁଏ ଆଉ ଏକ ନୂଆ ବହି 

ସେହି ଅଧ୍ୟାୟର ଲେଖକ ମୁଁ 

ତାର ନାଟ୍ୟ ରୂପାନ୍ତରରେ ନାୟକ ବି ମୁଁ 

ଗ୍ୟାଲେରୀରେ ବସିଥିବା ଏକ ମାତ୍ର ଦର୍ଶକ ବି ମୁଁ 

ରାତି ବଢେ

ଝିଙ୍କାରୀର ଝୀନ ଝୀନ ସାହାନାଇର ସୁର ଥମିଯାଏ 

କହରା ବାଦଲ ଖଣ୍ଡେ ଜହ୍ନକୁ ବି ଢାଙ୍କି ଦିଏ 

ଘର ପାଖ ନଡିଆ ଗଛରେ ପେଚା କୁଁ କୁଁ କରେ 

ଛାଇ ନିଦର ମିଠା ମିଠା ସ୍ୱପ୍ନ ସବୁ 

ତିକ୍ତତାର ଚଦର ତଳେ କଡା ଲେଉଟାଉ ଲେଉଟାଉ 

ପୁଣି ଥରେ ବିଖରୀ ଯାଆନ୍ତି ଗତ ରାତି ପରି 

ଭଙ୍ଗା ସ୍ୱପ୍ନ ସାଉଁଟୁ ସାଉଁଟୁ ସୁର୍ଯ୍ୟ ଉଇଁ ଆସେ 

ବୈଶାଖର ଖରା ପଶି ଆସେ ଝରକା ଫାଙ୍କରେ 

ସପନର ଅଣୁଗୁଡିକ ହୃଦୟରୁ ବାଷ୍ପୀଭୂତ ହୋଇ 

ଅଦିନିଆ କାଳ ବୈଶାଖୀର ଧାରେ ବର୍ଷା ହୋଇ 

ଝରି ଯାନ୍ତି ଆଖିର କୋଣରୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍