STORYMIRROR

Jyotiranjan Acharya

Fantasy

3  

Jyotiranjan Acharya

Fantasy

ଏଇ ଜନମେ ଆର ଜନମ

ଏଇ ଜନମେ ଆର ଜନମ

1 min
251


ସକାଳୁ ଉଠି ଆଖି ମକଚି 

ଆଇନା ଆଡେ ଚାହିଁ, 

ଆଉ ଗୋଟିଏ ଚେହେରା ଦେଖି 

ଖୁସି ହୁଅନ୍ତି ମୁହିଁ। 

ସବୁ ଦିନିଆ ଚିହ୍ନା ମଣିଷ 

ଦେଖନ୍ତେ ନୂଆ ପରି,

ଗଢି ଦିଅନ୍ତି ସବୁ ସମ୍ଭନ୍ଧ 

ପୁନଶ୍ଚ ନୂଆ କରି।

ଯାଆନ୍ତି ଭୂଲି ଗଲା କଥାକୁ 

କାଲିର ରାଗ ରୋଷ,

ମନକୁ ଭରି ହସନ୍ତି ଦେଇ 

ସବୁ ମୁହଁରେ ହସ।

ନୂଆ ଜନମ ନୂଆ ଜୀବନ 

ନୂଆ ଶରୀର ନେଇ, 

ପ୍ରିୟାକୁ ମୋର କରନ୍ତି ଖୁସି

ନୂଆ ପୀରତି ଦେଇ।

ହୁଅନ୍ତି ଗୋଟେ ବଢିଆ ବାପା

କରି ଅନେକ ସ୍ନେହ,

ଭୁଲି ଯାଆନ୍ତେ ପୁରୁଣା ପିତା

ଅନେଇଁ ମୋର ମୁହଁ।

ଭୂଲି ଯାଆନ୍ତି କିଏସେ ଦେଲା

ନେଇ ବି କେ ନଦେଲା,

ଦାନ କରନ୍ତି ଯାହା ମୋ ଅଛି

ହୁଅନ୍ତି ଦିଲ୍ ବାଲା।

ଅଳପକରେ ହୁଅନ୍ତି ଖୁସି

ଅଜଥା ଛାଡି ଲୋଭ,

ଧରଣୀ ଆଉ ଧରାବାସୀଙ୍କ

ହୁଅନ୍ତା କେତେ ଲାଭ।

ଆର ଜନମ ଦେଖିଛି କିଏ

କେବେ ହେବ କେ ଜାଣେ,

ଏହି ଜନମେ ବୁଝି ପାରନ୍ତି

ଜୀବନ ସତ ମାନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy