STORYMIRROR

Dr Baman Chandra Dixit

Fantasy Others

3  

Dr Baman Chandra Dixit

Fantasy Others

ଚିହ୍ନା ଜହ୍ନ

ଚିହ୍ନା ଜହ୍ନ

1 min
225

ମୋତେ ବୁଝିବାକୁ ଗୋଟେ ମନ ଲୋଡ଼ା

ସେ ହୃଦୟ ଟି ତୁମ ପାଶେ ଥିବ,

ବୁଝି ପାରିବ ମୋ ଅବସାନ ପରେ

ହେଲେ ପାଶେ ପାଶେ ମୋତେ ପାଉଥିବ।।


ଚାହୁଁଛ ପଛରୁ କେମିତି କେମିତି

ଡାକିବା ପାଇଁକି ଭାବୁଛ କି!

ଗଲାପରେ ଥରେ ଫେରି ମୁଁ ଚାହେଁନା

ମୋଡ଼ିବି ବୋଲି ମୁଁ ଚାହୁଁଛ କି!!

ଖୋଲା ଦୁଆର କୁ ଇଶାରା ତୁମର

ବାରଣ କରୁଛି ରହିବାକୁ।

ଦେଖ,ପବନ ମୁହାଁ ଏ ସିମିଳି ତୁଳା ବି

ହାତ ପାହାନ୍ତା ରୁ ଉଡ଼ି ଯିବ।।


ଚଉ ମୁହାଁଣିଆଁ ଛକରେ ଭେଟିଲ

ପରିଚୟ ପାଇଁ ତର ନାହିଁ।

ଏ ପଟେ ତୁମର ଜୀବନ ର ପଥ

ସେ ପଟେ ଅଛି ମୋ ମର ଭୂଇଁ।

ଛୁଇଁ ଯାଏ ଯେଉଁ କଲିଜା ଆଜି ମୁଁ

କମ୍ପୁ ଥିବ କାଳ କାଳ ଯାଏ।

ଥରଥର ଛାତି ବତୁରା ଆଖି ରୁ

ଉତୁରା ପ୍ରତୀକ୍ଷା ଖୋଜୁ ଥିବ।।


ଡରି ଡରି ସତ କହିବା ଅପେକ୍ଷା

ଲୁଚେଇ ରଖିଛ ଭଲ କଥା।

ଜାଣି ମୁଁ ପାରୁଛି ତୁମ ମନ କଥା

ତୁମ ହୃଦୟ ର ଅନୁଚିନ୍ତା।

ଖଜୁରୀ ଗଛର ବେକ ଚିପି ଧରି

ନିଗିଡ଼ା ରସ ର ପିଆଲାକୁ,

ପିଉଥାଅ ନିତି, ମହୁଲୀଆ ନିଶା

ଆଜି ଅବା କାଲି ଘାରିଯିବ।।


ପୋଖରୀ ତୁଠର ମାଙ୍କଡ଼ା ପଥର

ରଗଡି ଗୋଇଁଠି ଧୋଉଥାଅ,

ଚହଲା ଚହଲା ଚଗଲା ପାଣିରେ

ଚଞ୍ଚଳ ଚେହେରା ଦେଖୁଥାଅ।

ଗେହ୍ଲେଇ କୁମୁଦ ଫୁଲେଇ ହଉଛି

ନଦେଖିଲା ପରି ଜହ୍ନଟାକୁ,

ଦି ଦଣ୍ଡ ପରେ ହଜି ଗଲେ ଜହ୍ନ

ଗୋରୀ କାନ୍ଦୁରୀ କଇଁ ଟି ଝୁରୁଥିବ।।

ଚିହ୍ନା ଜହ୍ନ ଟା ଅଚିହ୍ନା ହୋଇଯିବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy