STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ବଞ୍ଚି ପାରିବିନି ତୋ ବିନା ସାଥିରେ

ବଞ୍ଚି ପାରିବିନି ତୋ ବିନା ସାଥିରେ

1 min
12


ତୁମେ ଥିଲେ ସାଥି ଲାଗେ ନାହିଁ ଭୟ

ଆସୁ ଯେତେ ଝଡଝଞ୍ଜା

ଦୀପ୍ତିମନ୍ତ ସୂର୍ଯ୍ଯ ମୋ ଭାଗ୍ଯ ଆକାଶେ

ତୁମେ ମୋ ସୀମା ମର୍ଯ୍ଯାଦା ।

ହସି ହସି ତୁମେ ହାତ ଧରି ମୋର 

ଆଗକୁ କଡାଅ ବାଟ

ଫୁଟିଗଲେ କଣ୍ଟା ପାଦରେ ମୋହର

ଲାଗଇ ତୁମକୁ କଷ୍ଟ ।

ତୁମେ ପ୍ରାଣସଖା ପରମ ବାନ୍ଧବ

ସାରଥି ଶ୍ରେଷ୍ଠ ରତନ

ବାହିନିଅ ରଥ ଆକର୍ଷି ନିବିଡେ

ଜୀବନ ହେଉ ମୋ ଧନ୍ଯ ।

ସକଳ ତୀର୍ଥ ମୋ ନୟନର ଜ୍ଯୋତି

ସନ୍ତପ୍ତ ହୃଦ ଚନ୍ଦନ 

ବଞ୍ଚି ପାରିବିନି ତୁମ ବିନା ସାଥି

ନିଷ୍ପନ୍ଦ ଜୀବନ ସ୍ବପ୍ନ ।

ନେଇଅଛ ଜିଣି ହୃଦୟକୁ ମୋର

ପାଦପଦ୍ମେ ଦିଅ ସ୍ଥାନ

ଦିଅ ଗତି ମୁକ୍ତି ଅଭୟ ଆଶ୍ରୟ

ଏହି ମାତ୍ର ନିବେଦନ ।

    


Rate this content
Log in

Similar oriya poem from Romance