STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ସାଗର ଡାକୁଛି ଆ' ଲୋ ନଈ

ସାଗର ଡାକୁଛି ଆ' ଲୋ ନଈ

1 min
22


ଗରଜି ମରୁଛି ନିତି ଅହର୍ନିଶ

କ୍ଲାନ୍ତଶ୍ରାନ୍ତ ଘର୍ମେ ମୁଁ ଲବଣାକ୍ତ

ପିଟି ବେଳାବୁକେ ଉତ୍ତାଳ ମୋ ମଥା

ପାଉନାହିଁ କୁଳ କିନାରା ଅନ୍ତ ।


କରୁଛି କଠୋର ତପ ମୁଁ ସାଗର

ଜଳୁଛି ସୂରୁଜ ତାପ ଅନଳେ

ସତ୍ଯ ସନାତନ ମୁକତିର ମାର୍ଗ

ଲକ୍ଷ୍ୟକୁ ଅନ୍ବେଷେ ଭବ ସଂସାରେ ।


କରେ ପ୍ରାଣାୟାମ ରେଚକ ପୂରକ

ଚକ୍ରେ ଜଳକଣ ଉର୍ଦ୍ଧ୍ବମୋଚନ

ନିମ୍ନଗା ଗୋ ତୁମ ଲୋଡେ ସାହଚର୍ଯ୍ଯ 

ଆସ ଉନ୍ମେଷିବା ସବୁଜ ସ୍ୱପ୍ନ ।


ଯିବି ମୁଁ ବରଷି ହୋଇ ଝର ଝର

ଅମୃତ ପୟକୁ ହୃଦୟେ ବହି

ହସାଅ ଗୋ ତୁମେ ତୀର ତରୁଲତା

ଦିଅ ସାଥୀ ତୁମ ହାତ ବଢାଇ ।


ଧର୍ମ ଅର୍ଥ କାମ ପ୍ରାପ୍ତି ଚଉବର୍ଗ

ମୁକତିର ପଥ ଉଜ୍ଜ୍ବଳ ପାଇଁ

ହେଉ କୁସୁମିତ ପ୍ରେମ ଚିରନ୍ତନ 

ଡାକୁଛି ସାଗର ଆ ' ଲୋ' ନଈ ।

    



Rate this content
Log in

Similar oriya poem from Romance