STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ମହାସତୀ ସାବିତ୍ରୀ

ମହାସତୀ ସାବିତ୍ରୀ

1 min
13


ସାବିତ୍ରୀ ଶବ୍ଦଟି ଅଟେ 

ମହାସତୀ ସହ ଲାଗି 

ପତିବ୍ରତା ନାରୀ ଥିଲେ 

ମହାସତୀ ସାବିତ୍ରୀ 

ସେମିତି ସତୀ ନାରୀ 

ମିଳିବା ଏଯୁଗେ ବିରଳ 

ମହିୟସୀ ମହିଳା ସେ 

ଥିଲେଟି ସାବିତ୍ରୀ 

ହାତ ଧରିଥିଲେ ସାବିତ୍ରୀ 

ସୁନ୍ଦର ଯୁବକ ସତ୍ୟବାନଙ୍କ 

ସେ କାହୁଁ ଜାଣିଥିଲେ 

ସତ୍ୟବାନ ଥିଲେ ଅଳ୍ପାୟୁଷ 

ଯମ ଦୂତ ପହଁଚିଲେ 

ଆୟୁଷ ଶେଷରେ 

ସାବିତ୍ରୀଙ୍କ ସତୀତ୍ୱ ରେ 

ସତ୍ୟବାନ ପାଶେ 

ପଶି ନ ପାରିଲେ 

ପରିଶେଷେ ଯମ ରାଜ 

ନିଜ ପହଁଚିଲେ 

ମହାସତୀ ସାବିତ୍ରୀ 

ପାଶେ ପଶି ନ ପାରିଲେ 

ବିଧିର ବିଧାନ ସବୁ

ବଖାଣି କହିଲେ 

ସବୁ ସାବିତ୍ରୀ ଜମଙ୍କୁ 

ରାଜି ହୋଇଗଲେ 

ମାଗିଲେ ତିନୋଟି ବର 

ଯମ ରାଜାଙ୍କ ଆଗରେ 

ଚକ୍ଷୁଦାନ ଦେଲେ 

ନିଜ ଶ୍ୱଶୁରଙ୍କୁ ବାରେ 

ଧନ ସମ୍ପଦ ସବୁ 

ଫେରି ପାଇଗଲେ 

ଶହେ ପୁତ୍ର ପାଇବାର 

ବର ପାଇଗଲେ 

ଯମରାଜ ଙ୍କୁ ସାବିତ୍ରୀ 

ପଚାରିଲେ ବିନମ୍ରରେ 

ସ୍ୱାମୀକୁ ନେଇଗଲେ ପ୍ରଭୁ 

କିପରି ଲଭିବି ପୁତ୍ର 

କୁହ ପ୍ରଭୁ ଭଲରେ ମୋତେ 

ପରିଶେଷରେ ନ୍ୟାୟାଧୀଶ 

ଯମ ରାଜ ହାରିଗଲେ 

ସତ୍ୟବାନଙ୍କୁ ଦେଇ ଜୀବନ 

ପ୍ରତ୍ୟାବର୍ତ୍ତନ ଯମପୂରେ କଲେ 

ସେ ଦିନ ଠାରୁ ଏହିବ୍ରତ 

ସବୁ ନାରୀ ପାଳିଲେ 

ପରିବାର ସୁଖ ସମୃଦ୍ଧି 

ବଢ଼ି ଯାଇଥାଏ 

ସ୍ୱାମୀ ସନ୍ତାନ ଆୟୁଷ 

ସୁରକ୍ଷିତ ରୁହେ 

ଧନ ଜନ ଗୋପଲଷ୍ମୀ 

ସୁରକ୍ଷିତ ରୁହେ 

ପତ୍ରିବ୍ରତ ପାଳିଥିଲେ 

ବିପଦ ନ ଆସେ ଭଲେ 

ପତିବ୍ରତା ନାରୀ ଥିଲେ 

ସ୍ୱାମୀ ଅସୁବିଧାରେ ନପଡେ 

ଏମିତି ନାହିଁ କେହି ସ୍ୱାମୀଙ୍କ 

ଜୀବନ ନେଇପାରିବ ଭଲେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics