STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ଭାଇ ପରି କେହି ନାହିଁ

ଭାଇ ପରି କେହି ନାହିଁ

1 min
14


ଭାଇ ତୋ ପରି କେହି ନାହିଁ 

ସୁଖ ଦୁଃଖରେ ନେବୁ ଆପଣାଇ

ତୋ ବିନା ସବୁ ଲାଗେ ମୋତେ ପର

ତୁହି ମୋର ଜୀବନେ ଲାଗୁ ନିଜର

ବିପଦ ପଡିଲେ ପାଖକୁ ଆସି ଯିବୁ

ମୋ ହାତ ଧରି ତୁହି ଚାଲୁ ଥିବୁ

କେବେ ରାଗି ଯିବୁ ନି ମୋ ଉପରେ

ଯେତେ ଦୋଷ କଲେ କ୍ଷମା ଦେବୁ ଅନ୍ତରେ

ଭରତ ପରି ଭାଇଟିଏ ହୋଇ ରହିବୁ

ମୋ ଛାଇ ହୋଇ ସାଥିରେ ସଦା ଥିବୁ

ଭାଇ ତୁହି ଭଗାରି ହେବୁ ନାହିଁ କେବେ

ତୋ ବିନା ଘର ସଂସାର ପର ପରି ଲାଗେ

ତୁହି ପାଖେ ଥିଲେ ବଳ ଅଛି ମୋର

ସାହା ଭରଷା ତୁହି ହେବୁ ସବୁ ସମୟର

ଆମେ ଦୁଇ ଭାଇ ହେବା ଜଗା ବଳିଆ ପରି

ଭାଇ ମୋର କିଏ ହେବ ଆଉ ତୋ ସରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy