STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ପ୍ରଭୁ ପଦେ ସେବା

ପ୍ରଭୁ ପଦେ ସେବା

1 min
60


ତୁମ ପାଦେ ପ୍ରଭୁ ସେବା ମିଳୁ ଥାଉ

ତୁମ ସେବା କରି ଶାନ୍ତି ମିଳି ଯାଉ


ମିଛ ସଂସାର ରେ କେ ନୁହେଁ କାର

ଦଗା ଦିଆ ଏଇ ସମ୍ପର୍କ ର ଡୋର

ମନ ହୋଇ ଯାଉ ମୋର ମନ୍ଦିର

ନ ରହୁ କେବେ କ୍ରୋଧ ଅଂହକାର


ତୁମ ଶ୍ରୀ ଅଙ୍ଗ କୁ ହାତ ଛୁଇଁ ଯାଉ

ଆତ୍ମା ର ମିଳନ ତୁମ ଠାରେ ହେଉ

ତୁମ ପାଦେ ପ୍ରଭୁ ସେବା ....


ଧନ ମାନ ଯଶ ସବୁ ତୁଛ  ହେବ

ଦିନେ ତ ଶରୀରୁ ପ୍ରାଣ ପକ୍ଷୀ ଯିବ

ଯେତେ ଦିନ ଥିବି ତୁମ ନାମ ନେବି

ଭାବ କାଣିଚାଏ ଦିଏ ହେ ମାଗିବି


ତୁମରି ପ୍ରେମ ରେ ମନ ଲାଖି ଯାଉ

ତୁମରି ଆଖି ରେ ଆଖି ମିଶି ଥାଉ

ତୁମ ପାଦେ ପ୍ରଭୁ ସେବା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics