ଗାଆଁ ଦାଣ୍ଡ
ଗାଆଁ ଦାଣ୍ଡ
ହସେ ମୋର ଗାଆଁ ଦାଣ୍ଡ
କୁନିପିଲା ମେଳରେ,
ଥିଲା ସେ ପିଲାଦିନ
ନାନା ଜାତି ଖେଳରେ ।
ବାଲି ଗୋଡ଼ି ଧୂଳି ଖେଳ
ମାଟି ଗୋଲି କଣ୍ଢେଇ,
କୁଣିପିଲା ମିଶି ଆମେ
ଦେଇଥିଲୁ ଗଡ଼େଇ ।
ରାଗ ଋଷା ଅଭିମାନ ଭରା
ଥିଲା ମିଛ ରେ,
ଭାତ ଡାଲି ଥିଲୁ ରାନ୍ଧି
ମାଟି ଚୁଲି ଗାତରେ ।
ଗଡ଼ା ଭଙ୍ଗା ସଜଢାରେ 
;
ବିତୁଥିଲ ଦିନଟା,
ସୁଖ ଦୁଃଖ କାନ୍ଦଭାର
ଫେରୁଥିଲା ମନଟା ।
ପିନ୍ଧା ଜାମା ଧୂଳି ବୋଲି
ଦେଇଥିଲୁ ଛିଣ୍ଡେଇ,
ଝୁଣ୍ଟି ପଢ଼ୁ କେବେ ବାଟେ
କାଠିକୁଟା ମୁଣ୍ଡେଇ ।
ବଦଳିଛି ରୂପ ରେଖା
ଅତୀତର ସେ ଦିନ,
ଗାଆଁ ଦାଣ୍ଡ ସତେ ଅବା
ଆଜି ପାଇଁ ସମାନ ।