ଗଛକୁ ସୁନ୍ଦର
ଗଛକୁ ସୁନ୍ଦର
ଗଛକୁ ସୁନ୍ଦର ଲାଗଇ
ତ ଭରି ଥିଲେ
ଡାଳ ଶାଖା ପାଇଁ,
ଘର ଅଗଣାରେ
ଗଛ ସୁନ୍ଦର ରହିଲେ
ଘର ମନଲୋଭା ପାଇଁ ।
ସମସ୍ତଙ୍କ ମନ ଗୋଟିଏ
ହୋଇଲେ କେବେ
ହେବ ନାହିଁ ପର,
ଅଗଣା ଶୋଭା
ଭରା ପାଇବାରେ
ସମ୍ପର୍କ ରହି ସ୍ଥିର ।
ଛୋଟ ବଡ଼ କୁ ଯଦି
ଯତନ କରିବା
ଆପେ ଲାଗିଯିବ ମନ,
ଗେଲ୍ଳୀ ଗୋଲାପୀକୁ
ଆଦର କଲେ
ଭଅଁର ଆସିବ ମନେ ।
ଗଛ ଓ ଫୁଲ ମଧ୍ୟ
ପ୍ରେମର ଆଳାପ
ଦୁହେଁ ପରସ୍ପର ମୁଦ୍ରା,
ସଖା ସଖୀ ହୋଇ
ଏକତ୍ର ମାଉଳିଲେ
ହେବନାହିଁ କେବେ ବାଧା ।
ମନରେ ନରଖି
ଛନ୍ଦ ଓ କପଟ
କରୁଥିଲେ କାର୍ଯ୍ୟ ଭଲ
ଦେବତାଙ୍କ ଶିରେ,
ଗଳା ଓ ପାଦେ ଶୋଭା
ଦେବି ବୈକୁଣ୍ଠ ପୁରେ ।