ପ୍ରେମ ଫେବୃୟାରୀ
ପ୍ରେମ ଫେବୃୟାରୀ
ପ୍ରେମ ଫେବୃୟାରୀ ବହୁଛି ପବନ ପାଣି
ଷୋହଳ ସତର ବୟସରେ ନେଉଛି ଟାଣି ,
ଅନେଇ ଚାହିଁଛି ଓମିକ୍ରନ୍ ବାୟାଣୀ
କେତେବେଳେ ଆସି ନେବସେ ଟାଣି ।
ରହ ରହ ଟିକେ ପ୍ରେମ ର ଋତୁ
ଶୀତ ଯାଇନାହିଁ ଫିଟୁଛି ଛତୁ,
ପଶ୍ଚିମ ବାଆ'କୁ କୋଳରେ ଧରି
କାହିଁକି କାନ୍ଦିବୁ ଋତୁ କୁମାରୀ ।
ଏବେ ଏବେ ପୁଣି ଚାଲିଛି ପଡ଼ା
ସମ
ଦୁରତା ସବୁ ହୋଇଛି ଲୋଡ଼ା,
ପ୍ରେମିକ ପ୍ରେମିକଙ୍କ ସବୁଠି ମେଳ
ମଝିରେ ମଝିରେ ଓମିକ୍ରନ ସାଜୁଛି କାଳ ।
ଫେବୃୟାରୀ ମାସ ପ୍ରେମ ଦିବସ ଖୋସି
ମାଘ ମାସ ଯାଉଛ ଫାଲଗୁନ କୁ ରୁଷି ,
ବିଭିନ୍ନ ପ୍ରକାର ଡେ' ରେ ଆସିଛ ଏଠି
ଫାଲଗୁନ ମାସ ଆସିଲେ ସବୁ ଭୁଲିବେ ଏଠି ।
ଫେବୃଆରୀ ମାସ ପ୍ରେମ ଫୁଲ ପରୁଆ
ନାହିଁ ଶୀତ ବେଶୀ ନୁହେଁ କାଲୁଆ ,
ହସ ଦିବସ ଯେ ହସକୁ ନେଇ
ପ୍ରେମ ମାସ ଟି ଯିବ ପଲେଇ ।