କନ୍ଧମାଳ ଶୀତ
କନ୍ଧମାଳ ଶୀତ
ସୁଖ ଶିରୀ ସିନା
ଆସିଛ ମାରତେ
ଶୀତ ତା ପସରା ଭରି,
କନ୍ଧମାଳ ଜନ ଲୋକେ
ପରାଣ କାନ୍ଦୁଛି
ଶୀତରେ ସେ ଥରି ଥରି ।
କେତେ ଆଡମ୍ବର
ବନମହୋତ୍ସବ
ଚାରିଆଡେ଼ ପଡ଼େ ହୁରି,
ବଡ଼ ବଡିଆଙ୍କ
ସୌଖିନ ପୋଷାକ
ଶୀତ ଯାଏ ଡରି ।
ଗରିବ ଲୋକଙ୍କ ପାଶେ
ମାଡ଼ିଆସେ ଶୀତ
ଚିରା ଫଟା ବସ୍ତ୍ର ଦେଖି,
କୁଡିଆ କୋଣରେ
ଲଗେଇ ନିଆଁରେ
ଜୀବନ ଧରଇ ରଖି ।
ଶୀତ ରାତି ଦିନ
ସୁନେଲି ସପନ
ରାଜା ମନ୍ତ୍ରୀଙ୍କ ପାଇଁ,
ଖଟିଖିଆ ରାତ୍ରି
ଅନିଦ୍ରାରେ କଟେ
ସାରା ରାତି ଚେଇଁ ଚେଇଁ ।
ଶୀତ ତୁମେ ବଡ଼
ଅନାଦର ସାଙ୍ଗ
ଦରିଦ୍ର ଲୋକଙ୍କ ପାଇଁ ,
ଅନିଚ୍ଛାରେ ସତେ
କର ଯେ ମିତ
ନିଜର ସ୍ବାର୍ଥ ପାଇଁ ।
