STORYMIRROR

Sameer Kanhar

Abstract Children Stories Inspirational

3  

Sameer Kanhar

Abstract Children Stories Inspirational

ଶିଷ୍ୟ କହେ ଗୁରୁକୁ

ଶିଷ୍ୟ କହେ ଗୁରୁକୁ

1 min
276


ଶିଷ୍ୟ କହେ ଗରୁକୁ ଆଜି                         

ଶୁଣ ମୋ ଗୁରୁ ଈଶ୍ୱର,                          

ଧନ୍ୟ ହେବି ଆପଣଙ୍କ ହାତ ସ୍ପର୍ଶ                    

ରୂପ ସୌନ୍ଦର୍ଯ୍ୟର ଅପାର ।


ମୋ ମନରେ ମିଶି ବୁଦ୍ଧି ଗୁଡ଼ିକ                      

ମୋ ମନରୁ ଦୂରେଇ ଦିଅ,                      

ମୋତେ ଆପଣ ଚକଟି ମାଟିପାତ୍ର କରି               

ଆପଣଙ୍କ ଆଶୀର୍ବାଦ ଢାଳି ଦିଅ ।


ଆପଣଙ୍କ ବେତ ଆକଟ ମାଧ୍ୟମେ                    <

/p>

ଚିକ୍କଣ କରି ମୋତେ,                          

ଦୁନିଆ ଆଲୋକ ର ରୂପ ସଜେଇବା ପାଇଁ             

ନେହୁରା ହେଉଛି କେତେ ।


ମଣିଷ ତିଆରି କାରଖାନା ମାଳିକ ଆପଣ             

ରହିଥିବି ଆପଣଙ୍କ ଆଜ୍ଞାଧ୍ୟାନେ,                     

ଏହି କାରଖାନାରେ ମୋତେ ଗଠନ କର ଯେ        

ବଢ଼ାଇବା ମୋର ମାନ ।


ରୂପ ଓ ଆକାରେ ଦେଇ ମୋତେ                    

ବିଦା କର ହେ ଗୁରୁଜନ,                         

ଆପଣଙ୍କ ଆଶୀର୍ବାଦେ ସଂସାରେ ସଭିଙ୍କୁ             

ସେବାରେ କରିବି ମୁଁ ସନମାନ ।


Rate this content
Log in

Similar oriya poem from Abstract