STORYMIRROR

Sameer Kanhar

Tragedy

3  

Sameer Kanhar

Tragedy

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
152

ଉଣେଇଶ ସାଲ ପଚାଶ ମସିହା ଜାନୁୟାରୀ ଛବିଶିରେ   

ସମ୍ବିଧାନ ହୋଇଥିଲା କାର୍ଯ୍ୟକାରୀ ଆମ ଭାରତ ବର୍ଷରେ ।


ଡକ୍ଟର ବି ଆର ଆମ୍ବେଦକର ଯେ ସମ୍ବିଧାନ ପ୍ରଣୟନ  

ସାର୍ବଭୌମତ୍ୱ ଧର୍ମ ନିରପେକ୍ଷ ରାଷ୍ଟ୍ର ଅମୂଲ୍ୟ ସମ୍ପଦ ଦାନ ।


ହିମାଳୟ ଠାରୁ କୁମାରୀକା ଯାଏଁ ଆଜି ପାଳିତ ହୁଅଇ    

ଜଳ ସ୍ଥଳ ନଉ ବାହିନୀ ସୈନ୍ୟା ମାଆ ପାଦେ ପ୍ରାଣମଇ ।


ସତ୍ୟ ଶାନ୍ତି ମୈତ୍ରୀ ପ୍ରତୀକ ସ୍ୱରୂପ ଆମ ଏ ତ୍ରିରଙ୍ଗା ଧ୍ୱଜା   

ମହା ସମାହାର ହୁଅଇ ପାଳିତ ନାଚ ଗୀତ ସହ ନାନା ବାଜା ।


ଜାତୀୟ ଦିବସେ କରିବା ସଂକଳ୍ପ ଦେଶ ମାତୃକାର ପାଇଁ   

ମାତୃଭୂମି ପାଇଁ ଜୀବନ ଦେବାକୁ ପଛ ଘୁଞ୍ଛା ଦେବା ନାହିଁ ।



Rate this content
Log in

Similar oriya poem from Tragedy