STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

କବିତା, ଅଣସର ଘରେ କାଳିଆ

କବିତା, ଅଣସର ଘରେ କାଳିଆ

1 min
14


କାଳିଆ କହ ତୋତେ ଦେଖିବି କେମିତି

ରହି ଗଲୁ ଅଣସରେ ଆସିବ ଯେବେ ବିପତ୍ତି

ତୋ ବିନା ପଥ ଦିଶେ ଅନ୍ଧକାର ମୋତେ

ଭଲ ଲାଗେ ନାହିଁ ଯିଏ ଆସୁ ଯେତେ

କାଳିଆ ତୁ ଯଦି ଦୁରେଇ ରହିବୁ ଏମିତି

କିଏ ମୋର ନିଜର ହେବ ଦୁଃଖ କହିବି କେମିତି

ଜୀବନରେ ତୁ ଏକା ଦୁଃଖ ବୁଝୁ ମୋର

ଜ୍ୱର ତୋତେ ହୋଇଲା କଷ୍ଟ ସହିଲୁ ହେଲା ଅଣସର

ଶ୍ରୀ ଅଙ୍ଗ ତୋର କେତେ ପୀଡା କେମିତି ସହିବ

ତୁଳସୀ ଦୟଣା ଆଉ କି ଲାଗି ହୋଇବ

ଫୁଲ୍ଲୋରି ତେଲ ଲଗାଇ ସୁସ୍ଥ ହୋଇବୁ ତୁହି

ଦଶ ମୂଳ ପାଚନ ପିଇ ଯିବୁ ସୁସ୍ଥ ହୋଇ

ଆରେ ମୋର କାଳିଆ ନବ ଯୌବନ ରୂପେ ତୋର

ଯିବୁ ଘୋଷ ଯାତ୍ରା କରି ଗୁଣ୍ଡିଚା ହେଲା ଅଧିର

ନନ୍ଦିଘୋଷ ବଡ଼ ଦାଣ୍ଡେ ଚାହଁି ରହିଛି 

ରଥି କରି ବସାଇ ଦେବ

ଆରେ କାଳିଆ ଭକତ ପାଖକୁ ତୋ ସାଥେ ମିଳନ ହୋଇବ

ତୋ ଚକା ଆଖିରେ ଆଖି ମିଶାଇ ଦେବୁ

ତୋ ପାଦ ପଦ୍ମ ଦରସନ ଦେଇ ଭବୁ ଉଦ୍ଧାରି ନେବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics