କବିତା, ଅଣସର ଘରେ କାଳିଆ
କବିତା, ଅଣସର ଘରେ କାଳିଆ
କାଳିଆ କହ ତୋତେ ଦେଖିବି କେମିତି
ରହି ଗଲୁ ଅଣସରେ ଆସିବ ଯେବେ ବିପତ୍ତି
ତୋ ବିନା ପଥ ଦିଶେ ଅନ୍ଧକାର ମୋତେ
ଭଲ ଲାଗେ ନାହିଁ ଯିଏ ଆସୁ ଯେତେ
କାଳିଆ ତୁ ଯଦି ଦୁରେଇ ରହିବୁ ଏମିତି
କିଏ ମୋର ନିଜର ହେବ ଦୁଃଖ କହିବି କେମିତି
ଜୀବନରେ ତୁ ଏକା ଦୁଃଖ ବୁଝୁ ମୋର
ଜ୍ୱର ତୋତେ ହୋଇଲା କଷ୍ଟ ସହିଲୁ ହେଲା ଅଣସର
ଶ୍ରୀ ଅଙ୍ଗ ତୋର କେତେ ପୀଡା କେମିତି ସହିବ
ତୁଳସୀ ଦୟଣା ଆଉ କି ଲାଗି ହୋଇବ
ଫୁଲ୍ଲୋରି ତେଲ ଲଗାଇ ସୁସ୍ଥ ହୋଇବୁ ତୁହି
ଦଶ ମୂଳ ପାଚନ ପିଇ ଯିବୁ ସୁସ୍ଥ ହୋଇ
ଆରେ ମୋର କାଳିଆ ନବ ଯୌବନ ରୂପେ ତୋର
ଯିବୁ ଘୋଷ ଯାତ୍ରା କରି ଗୁଣ୍ଡିଚା ହେଲା ଅଧିର
ନନ୍ଦିଘୋଷ ବଡ଼ ଦାଣ୍ଡେ ଚାହଁି ରହିଛି
ରଥି କରି ବସାଇ ଦେବ
ଆରେ କାଳିଆ ଭକତ ପାଖକୁ ତୋ ସାଥେ ମିଳନ ହୋଇବ
ତୋ ଚକା ଆଖିରେ ଆଖି ମିଶାଇ ଦେବୁ
ତୋ ପାଦ ପଦ୍ମ ଦରସନ ଦେଇ ଭବୁ ଉଦ୍ଧାରି ନେବୁ