ରଖ ମହା ବହୁ
ରଖ ମହା ବହୁ
ଆସୁ ଅଛି ବିପଦ
ଡାକୁଅଛି ଭକତ
ଶୁଣି ନିଅ ମହାବାହୁ
କଷଣ ମୋ ସବୁ ଯାଉ
ଶରଣ ରକ୍ଷଣ ବାନା ଯେ ତୁମର
ଭକ୍ତ ପାଇଁ ନିଅ କେତେ ଅବତାର
ତୁମ ବିନା କେହି ନାହିଁ ତ ନିଜର
ହୃଦୟ ବିହାରୀ ଦୁଃଖ ଶୁଣ ମୋର
ଝରେ ନେତ୍ର ରୁ ଲୁହ ଲହୁ
ସହି ନ ପାରେ ସଂସାର ଦାଉ
ଆସୁ ଅଛି ବିପଦ......
ମାଗୁ ନାହିଁ କେବେ ତୁମ ଠାରୁ କିଛି
ସବୁ ସମ୍ପର୍କ କୁ ତୁଚ୍ଛ ମୁଁ ମଣିଛି
ଯାହା ତୁମେ ଦେଲ ସବୁ ତ ପାଇଛି
ବିଷୟା ଯେତେ ବିଷ ମୁଁ ଜାଣିଛି
ପାଦ ପଦ୍ମରେ ମନ ରହୁ
ତୁମ ଗୁଣ ତୁଣ୍ଡ ମୋ ଗାଉ
ଆସୁଅଛି ବିପଦ ।