STORYMIRROR

Suresh chandra Padhy

Action

3  

Suresh chandra Padhy

Action

ବାପା

ବାପା

1 min
13

କବିତା,ବାପା
ସୁରେଶ ଚନ୍ଦ୍ର ପାଢୀ
ବାପା ପରି କେହି ହେବ ନାହିଁ
ବାପା ଙ୍କ ବିନା ଘର ଚଳେ ନାହିଁ
ବାପା ତୁମ ପାଇଁ ଏଇ ସଂସାର
ତୁମ ପାଇଁ ଜନ୍ମ ଏ ଆମର
ତୁମ ଆଦର୍ଶ ନେଇ ଚାଲିବୁ
ତୁମରି ପରିଚୟ ନେଇ ଥିବୁ
ତୁମ ହାତ ଥାଉ ଆମ ଉପରେ
ସୁଖ ଦୁଃଖରେ ଥାଅ ଆମ ସାଥିରେ
ତୁମ ପାଇଁ ସବୁ ଜୀବନେ ପାଇଲୁ
ତୁମ ପାଇଁ ପଢି ଲେଖି ମଣିଷ ହେଲୁ
ତୁମେ ଅଛ ବୋଲି ମିଳେ ସମ୍ମାନ
ତୁମ ପାଇଁ ପାଉ ଖାଦ୍ୟ ଆଉ ବସନ
ତୁମ ନାମ ନେଲେ କାମ ହୋଇ ଯାଏ
ତୁମ ପାଇଁ ଅଭାବ ଅସୁବିଧା ଦୂର ହୁଏ
ତୁମେ ଦୀର୍ଘାୟୁ ହୋଇ ସଦା ରହି ଥାଅ
ତୁମରି ଆଶିଷ  ସର୍ବଦା ଦେଇ ପାଖେ ରଖି ଥାଅ


Rate this content
Log in

Similar oriya poem from Action