ତୁମେ ସ୍ୱୟଂ ଭଗବାନ
ତୁମେ ସ୍ୱୟଂ ଭଗବାନ
ତୁମରି ଭାବରେ ବୁଡ଼ି ରହୁଛି ମୁଁ
ଦିବା ନିଶି ଅହରହ ,
ତଥାପି କାହିଁକି ଭେଟ ପାଉନାହିଁ
ମୁହଁ ଖୋଲି ଥରେ କୁହ !!
ଭକତିରେ ମୋର ଊଣା ହେଉଛି କି
କଲି ଆଉ କିବା ଦୋଷ ,
ସେଥିପାଇଁ ଅବା ଅପ୍ରସନ୍ନ ହୋଇ
ମୋ ପରେ ବହିଛ ରୋଷ ।
ଯେବେଠାରୁ ହେତୁ ପାଇଛି ପରା ମୁଁ
ତୁମକୁ ଦେଇଛି ମନ ,
ଧରି ନେଇଅଛି ଜଗତ କରତା
ତୁମେ ସ୍ୱୟଂ ଭଗବାନ ।
କରୁଅଛି ତୁମ ପୂଜା ଅରଚନା
ଅନ୍ତରେ ଭକତି ଭରି ,
ତଥାପି କାହିଁକି ରହୁଅଛ ତୁମେ
କିଛି ନ ଜାଣିଲା ପରି !!
ମୋ ଧୈର୍ଯ୍ୟର କିବା ପରୀକ୍ଷା ନେଉଛ
କେବେ ହେବ ତାହା ଶେଷ ,
ଥରେ ଯଦି ମୋତେ କୁହନ୍ତ ହେ ନାଥ
ଅନ୍ତର ହୁଅନ୍ତା ତୋଷ ।