Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action

4.5  

Amit Bal

Action

କରୋନା ଆସିଛି

କରୋନା ଆସିଛି

1 min
313



କରୋନା ଆସିଛି ଥଣ୍ଡା କାଶ ନେଇ

                ଯାଇଛି ସର୍ବତ୍ର ଛାଇ

ଭୂତାଣୁ ତାହାର ବୋଲ ମାନୁ ନାହିଁ

              ଔଷଧ ବି ମିଳେ କାହିଁ ।


ଲୋକେ ଭୟଭୀତ ଧୋଇଧୋଇ ହାତ

               ବୁଝା ପଡୁ ନାହିଁ କିଛି

ମରଣ  ଯେମିତି ପ୍ରଳୟ ପରିକା

              ଦୂଆର ମୁହଁରେ ଜଗିଛି ।


ବିଦେଶରୁ ଆସି ଆମ ଦେଶେ ପଶି

               ଉତ୍ପାତ କରୁଛି ଏତେ

ସଙ୍ଗରୋଧ କରି ସବୁକୁ ରଖିଛି

             ଧନୀ କି ଗରୀବ ଯେତେ ।


ଅର୍ଥ ବ୍ୟବସ୍ଥା ବି ଭାଙ୍ଗି ପଡ଼ିଲାଣି

              ତ୍ରାହି ତ୍ରାହି ସବୁଆଡେ

ମଣିଷକୁ ଦେଖି ମଣିଷ ଛାନିଆଁ

             ମୃତ୍ୟୁ ଭୟ ଭାରି ମାଡେ ।


ସବୁରି ମୁହଁରେ ମୁଖା ବନ୍ଧା ଏବେ

            ଘାରିଛି କରୋନା ଭୟ

ମାନିଲ ତ ଭଲ ନମାନିଲେ ମଲ

             ପୃଥିବୀଟା ବିଷମୟ .....।

   


Rate this content
Log in

Similar oriya poem from Action