ହେ ମା'ମହିଷାମର୍ଦ୍ଦିନୀ
ହେ ମା'ମହିଷାମର୍ଦ୍ଦିନୀ


ହେ ମା' ମହିଷାମର୍ଦ୍ଦିନୀ
ଯଦି ତୁମେ ମହିଷାଶୁରକୁ ବଦ୍ଧ କରି
ମହିଷାଶୁର ମର୍ଦ୍ଦିନୀ ହୋଇ ପାରିଲ ।
ତେବେ ଡେରିକର ନାହିଁ ମାତା
ଅଧର୍ମର ଉହାଡ଼ରେ ଲୁଚିଥିବା ଧର୍ମକୁ
ମିଥ୍ୟାର କାଳିମାରେ ସତ୍ୟକୁ
କଳ୍ମଷର ରଙ୍ଗରେ ରଙ୍ଗେଇ ହୋଇଥିବା
ପୂଣ୍ୟକୁ ଆଣି ଉପବେଷନ କରାଅ ଥରେ ।
ଓହ୍ଲେଇ ଆସ ଆସ୍ଥାନରୁ
ଏ ଯୁଗରେ ଶହ ଶହ ଅସୁରଙ୍କର
ଜନ୍ମ ହୋଇ ସାରିଛି
ରକ୍ତବିର୍ଜ ପରି....।
ନିପାତ କରି ଦିଅ ଖଡ୍ଗରେ
ଚେତେଇଦିଅ ଥରେ
ତୁମ ପ୍ରତି ଥିବା ଆବିଳତା ପୂର୍ଣ୍ଣ
ମନୋଭାବରେ ଭରିଥିବା ଭକ୍ତିର
ଶେଷ ପରିଣତି।
ବୁଝାଇଦିଅ ମାତା ତୁମେ ଏ ସମାଜକୁ
ତୁମ ଗଳାରେ ଫୁଲମାଳ ସଜେଇବା ଆଗରୁ
ସଜେଇ ସତେଜ ରଖୁ
କୁନିକୁନି ଅଜ୍ଞାନି ଫୁଲକଢ଼ି ମାନଙ୍କୁ
ଯାହାକୁ ଦ
ଳି ଦିଆଯାଏ..
ମା' ଗର୍ଭରେ ଅବା ଦେହଲୋଭୀ
ରାକ୍ଷାସଙ୍କ ଆକାଂକ୍ଷାର ପରିତୃପ୍ତିରେ ।
ହେ ମା ବୁଝାଇ ଦିଅ ଥରେ
ତୁମ ଆଗରେ ଘୃତ ଅଗ୍ନି ଜାଳିବା ଆଗରୁ
ପୂର୍ଣ୍ଣଛେଦ ଦିଆଯାଉ..
ସେ ଅଦିନ ମୃତ୍ୟୁର ଆଗମନକୁ
ଯିଏ ତିଳ ତିଳ ଯନ୍ତ୍ରଣାକୁ ସହି
ଜଳି ଯାଉଛି ଯୌତୁକର ନିଆଁରେ ।
ହେ ମା ଥରୁଟିଏ ହେଲେ ହେଉ
ଶିଖେଇଦିଅ ଏ ସମାଜକୁ
ତୁମକୁ ଅଜାଡ଼ି ଦେଉଥିବାରୁ
ସମ୍ମାନରୁ କାଣିଚାଏ ଯଦି
ଦିଆ ହୁଅନ୍ତା ସଂସାରର ମା' ଜାତିକୁ
ହୁଏତ ବାସହରା ହେବାରୁ ବଞ୍ଚିତ
ହୋଇ ଯାଆନ୍ତା କିଛି ବାର୍ଦ୍ଧକ୍ୟତା ।
ହେ ମା ମହିଷାମର୍ଦ୍ଦିନୀ
ଆବିର୍ଭାବ ହୁଅ ଥରେ
ବାହାରି ଆସ ସେ ମାଟିର କଳେବରରୁ
କରିଦିଅ ପାପୀଙ୍କ ତାରଣ
ହେଇ ଉଠୁ ଏ ଧରାରେ
ଧର୍ମର ପ୍ରତିଷ୍ଠାପନ।