STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ଦେଶଭକ୍ତି ଆମ ପରମ ଧର୍ମ

ଦେଶଭକ୍ତି ଆମ ପରମ ଧର୍ମ

1 min
6


ବନ୍ଦେ ଜନ୍ମଭୂମି କୋଟି ପୁଣ୍ଯ ତୀର୍ଥ 

ଧରିତ୍ରୀ ଭାରତୀ ମା ବସୁମତୀ

ସ୍ବାଧୀନ ଦିବସ ଅମୃତ ବେଳାରେ

କୋଟି କୋଟି ତୋର ପାଦେ ପ୍ରଣତି ।

ଗୁଞ୍ଜୁ ମହାମନ୍ତ୍ର ବନ୍ଦେ ମାତରମ

ଜାଗୁ ପ୍ରାଣଶକ୍ତି ବଳ ବିକ୍ରମ

ଦିଅ ମା ସୁମତି ହେଉ ଦେଶଭକ୍ତି

ଜୀବନର ଲକ୍ଷ୍ଯ ପରମ ଧର୍ମ ।

ଅଗଣିତ କେତେ ବୀର ତୋ ସନ୍ତାନେ

ଅମିତ ବିକ୍ରମେ ପତାଇ ଛାତି

ଢାଳି ଯାଇଛନ୍ତି ବକ୍ଷରୁ ରକତ

ଜାଜ୍ବଲେ ସେ ସ୍ମୃତି ଅମ୍ଳାନ ଜ୍ଯୋତି ।

ବକ୍ସି ଜଗବନ୍ଧୁ ଜୟୀ ରାଜଗୁରୁ

ବୀର ତୋ ସନ୍ତାନ ଭଗତ ସିଂହ

ଲାଲା ଲାଜପତ ନେତାଜୀ ସୁଭାଷ 

ଯାଇଛନ୍ତି କରି ପ୍ରାଣ ଉତ୍ସର୍ଗ ।

ଏ ମାଟିର କନ୍ଯା ଦୁର୍ଗା ବୀରାଙ୍ଗନା

ରାଣୀ ଲକ୍ଷ୍ମୀବାଈ ଅଶ୍ବ ଆରୋହୀ

ସମ୍ମୁଖ ସମରେ ଲଢିଛନ୍ତି ଦର୍ପେ

ନାହାନ୍ତି କଦାପି ପିଠି ଦେଖାଇ ।

ଦେଶ ଓ ଜାତିର ରକ୍ଷା ସେବା ଲାଗି

ହସି ହସି କେତେ ବୀର ସୁପୁତ୍ର 

ଝୁୁଲିଛନ୍ତି ପଛେ ଫାଶିର ଖୁଣ୍ଟରେ

ଉଚ୍ଚରିଛନ୍ତି ସେ ମୁକତି ମନ୍ତ୍ର ।

ଟେକୁ ଅଛୁ ଆଜି ସଗର୍ବରେ ମଥା

ସାର୍ବଭୌମ ଆମେ ଭାରତବାସୀ

ଯିବା ନାହିଁ ଭୁଲି ସେ ପୂର୍ବସୂରୀଙ୍କ

ଅପୂର୍ବ ଯେ ତ୍ଯାଗ କି ମହୀୟସୀ ।

ସ୍ବର୍ଣ୍ଣ ଅକ୍ଷରରେ ହେଉ ଲିପିବଦ୍ଧ 

ବଳିଦାନ ସ୍ମୃତି ଦେଉ ପ୍ରେରଣା

ସ୍ବାଧୀନତା ମୂଲ୍ଯ ବୁଝୁ ନାଗରିକ

କରୁ ଅକୁଣ୍ଠିତ ସେବା ସାଧନା ।

     



Rate this content
Log in

Similar oriya poem from Action