STORYMIRROR

Gangotri Priyadarshini

Action Classics

4  

Gangotri Priyadarshini

Action Classics

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
347


ଶୁକ୍ଳ ବୈଶାଖ ତୃତୀୟା ଉତ୍କଳେ ଦିନ ମହାନ

ପୁରପଲ୍ଲୀରେ ଅକ୍ଷି ତୃତୀୟା ପୁଣ୍ୟ ପର୍ବଟି ଜାଣ।।


କୃଷକ ଦିବସ ପାଳନ କରି ଥାନ୍ତି ଆନନ୍ଦେ ଜନ 

ଅମୃତ ବେଳାରେ କରନ୍ତି ଅକ୍ଷୀମୁଠି ଅନୁକୂଳ ସେଦିନ।।


ଗୃହିଣୀ ହସ୍ତରୁ ହଳଦୀ ଚନ୍ଦନ ସିନ୍ଦୁର ପ୍ରସାଦ ନେଇ

ଚଷା ଭାଇ ଗମେ କ୍ଷେତକୁ ବୀଜ ବପନ ପାଇଁ।।


ଗଉଣିରେ ଧାନ ବିହନ ଲଙ୍ଗଳ ସାଥିରେ ନେଇ

ହୃଦୟେ ମନାସି ଲକ୍ଷ୍ମୀ ମାତାଙ୍କୁ କୃଷି ଆରମ୍ଭି ଥାଇ ।।


ଶୁଭ କାର୍ଯ୍ୟ ଗୃହନିର୍ମାଣ ନିର୍ବନ୍ଧ ବିବାହ ଉପନୟନ

ଓଡ଼ିଶା ବାସିଏ ହରଷ ଚିତ୍ତେ କରନ୍ତି ସମାପନ।।


ଏହି ଶୁଭ ଦିନେ ଷଠି ମାତା ହୋଇ ଥାନ୍ତି ପୂଜନ

ଅନନ୍ତ ଆଶିଷ ପ୍ରଦାନେ ନର ଜନ୍ମ ହୁଅଇ ଧନ୍ୟ।।


ଚନ୍ଦନ ଯାତ୍ରା ଶ୍ରୀମନ୍ଦିରେ ବୟାଳିଶ ଦିନ ପାଳନ

ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଜାଣ।।


ଜଗତର ନାଥ ଜଗନ୍ନାଥ ରଥ ତିଆରିବା ପାଇଁ

ତିନିରଥ ନିର୍ମାଣ କାର୍ଯ୍ୟ ବଡ଼ ଦାଣ୍ଡେ ଆରମ୍ଭ ହୋଇ।।


ରୋହିଣୀ କୃତ୍ତିକା ଯୁକ୍ତ ଶୁକ୍ଳ ତୃତୀୟା ହୋଇଲେ

ଷଠି ପୂଜା ଆଠ ବରଷ ବ୍ରତୀ ପାଳୁ ଥାଇ ଭଲେ ।।


ମହର୍ଷି ଜନକ ଭୂମି କରଷଣେ କନ୍ୟାରତ୍ନ ପ୍ରାପ୍ତି

ବୈଦିକ ମତରେ ସୀତା ମାତା ଅକ୍ଷୟ ବୀଜଦାତ୍ରି ।।


କୃଷି ଆରାଧ୍ୟ ବଳଦେବ ସଙ୍ଗେ ରେବତି ବିବାହ 

ଆନନ୍ଦ ଉତ୍ସାହ ଶିରୀ ସଂସାରେ ବୃଦ୍ଧି ବୈଭବ।।


ପୁରାତନ ସନାତନ ପରମ୍ପରା ପାଳନ୍ତି ଯେ ଜନ

ପିଢ଼ି ପିଢ଼ି ଯଶ କୀର୍ତ୍ତି ରେ ଓଡ଼ିଶା ସଂସ୍କୃତି ମହାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action