ଦେଇଛ କି ଟିକେ ମମତା ସିଞ୍ଚି
ଦେଇଛ କି ଟିକେ ମମତା ସିଞ୍ଚି
ମମତା ପରଶେ ପୂତ ମଧୁମୟ
ହୁଅଇ ପ୍ରତି ଜୀବନ
ଝରଇ ଯହିଁ ରୁ ଦିବ୍ୟ ଚେତନା ର
ମନ୍ଦ ମନ୍ଦାକିନୀ - ବନ ।
ସୌହାର୍ଦ୍ୟ ରେ ଭରା ଦିବ୍ୟ ଭାବ ଧାରା
ଚମତ୍କାର ଭାବେ ଭବେ
ଯହିଁ ରୁ ନିଷ୍ୟନ୍ଦ ଅନନ୍ତ ଆନନ୍ଦ
ଉଲ୍ଲାସ ଯହୁଁ ସମ୍ଭବେ ।
ପୁଣ୍ୟ କର୍ମ ପାଇଁ ପ୍ରସ୍ତୁତ ହୁଅଇ
ମମତା ମଧୁ ପରଶେ
ଅଜ୍ଞାନ ଅନ୍ଧାର ବିଦୁରିତ କରି
ଦିବ୍ୟ ପୁଲକ ବରଷେ ।
ସାନ୍ତ୍ଵନା ଲହରୀ ପ୍ରବାହ ଅନେକ
ଧାରଣା ଚିନ୍ତା ସପନ
ଆଶ୍ଵାସନା ଦେଇ ଅଭୟ ସାନ୍ତ୍ଵନା
ପ୍ରାଣୀ କୁ କରେ ପ୍ରଦାନ ।
ଦେଇଛ କି ଟିକେ ମମତା ସିଞ୍ଚି କେ
ଆନ ମୁଖେ ଲେପି ହସ
ନିଜେ ନିଜେ ସହି ଦୁଃଖ ଶୋକ ତାପ
ଅପର ପ୍ରାଣେ ସାହସ ।
ସ୍ନେହ ଶରଧାର ସୁଶୀତଳ ଧାର
ସିଁଚି କି ଆନେ ଆନନ୍ଦ
ଦେଇଛ କି କେହି ଟିକେ ମମତା ର
ସ୍ଵ।ଦୁ ମୟୀ ମକରନ୍ଦ ।
