STORYMIRROR

Ajit Kumar Raut

Action

4  

Ajit Kumar Raut

Action

ମାଇ ଡେଡ଼ ମାଇ ହିରୋ

ମାଇ ଡେଡ଼ ମାଇ ହିରୋ

1 min
336


ଜୀବନ ପଥରେ ସୁପଥର ମାର୍ଗ

ପିତୃ ମାତୄ ସେବା ଯହିଁ,

ସେ ପଥରେ ସଦା ନାବିକ ରହିବା

ନାବିକର କର୍ମ ତହିଁ।୧।


ନାବିକ ହୋଇଣ ସେବା ପଥେ ରହି

ପିତୃ ମାତୄ ସେବା ଭକ୍ତି,,

ଜୀବନ ଯାତ୍ରାରେ ନି ବିଘ୍ନରେ ପାରି

କର୍ତ୍ତବ୍ୟ ଜଡ଼ିତ ଭକ୍ତି।୨।


ଗୃହର ନାବିକ ହୋଇବା କର୍ତ୍ତବ୍ୟ

ଧର୍ମ ପଥଗାମୀ ହୋଇ,

ସତ୍ୟପଥଗମୀ ହୋଇଣ ନାବିକ

ସେବା ଭାବ ମନ୍ତ୍ର ଥୋଇ।୩।


କର୍ମପଥେ ରହି ଅର୍ଥ ଉପାର୍ଜନ

କରୁ ଥିବା ନିତିଦିନ,

ନିଅଁଟ ନ ହେଉ କାହାରି ଜୀବନେ

ସେବା ଭାବ ପ୍ରତିଦିନ।୪।


ପିତୃ ମାତୄ ସେବା ଜୀବନେ ଅମୂଲ୍ୟ

ଜୀବନେ ଦର୍ପଣ ଏହୁ,

ସ୍ତ୍ରୀ ସନ୍ତାନଙ୍କର ଆବଶ୍ୟକ ପୂର୍ତ୍ତି

ଜୀବନେ କର୍ତ୍ତବ୍ୟ ରହୁ।୫।


ସମଭାବ ମନ୍ତ୍ର ଜୀବନେ କର୍ତ୍ତବ୍ୟ

ସମଭାବ ମନ୍ତ୍ର ରହୁ,

ପିତୃ ମାତୄ ଆଉ ସ୍ତ୍ରୀ ସନ୍ତାନରେ ହିଁ

ସମଭାବ ସଦା ରହୁ।୬।


ଏପରି ଗୃହରେ ଲକ୍ଷ୍ମୀ ଆବିର୍ଭାବ

ଧର୍ମ ସ୍ଥଳୀ ଏହି ଗୃହ,

ସବୁ କ୍ଷେତ୍ର ହୁଏ ପରିପୂର୍ଣ୍ଣ ଗୃହ

ଦେବଙ୍କ ପବିତ୍ର ଗୃହ।୭।


ଜୀବନ ପଥରେ ସୁପଥର ମାର୍ଗ

ପିତୃ ମାତୄ ସେବା ଯହିଁ,

ସେ ପଥରେ ସଦା ନାବିକ ରହିବା

ନାବିକର କର୍ମ ତହିଁ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action