ହାରିନାହିଁ, ହାରିବନି ଶ୍ରମିକ
ହାରିନାହିଁ, ହାରିବନି ଶ୍ରମିକ
ବାକ୍ୟ ବୀର ମାନେ ଅର୍ଥ
କ୍ଷମତା ଲୋଭରେ
ଯେବେ ହୁଅନ୍ତି ଅନ୍ଧ, କଥା
କୁହନ୍ତି ଚାତୁରିରେ।
ଅହଂକାର ହିଂସା କୂଟ କପଟେ
ପାଲଟି ଥାଆନ୍ତି ରାକ୍ଷସ
ସାମ୍ରାଜ୍ୟ ନିନ୍ଦିତ ହୁଏ, ସଇତାନ
ଦିନେ ହରାଏ ବିଶ୍ୱାସ ।
ସୃଷ୍ଟି କରେ କେତେ ଚକ୍ରବ୍ୟୁହ ଓ ମିଥ୍ୟା
କୁଚକ୍ରର ପ୍ରଚାର
କରେ ମିଛ ର ପ୍ରଚାର, ସତ୍ୟତା କିଛି
ସମୟ ହୁଏତ ନାଚାର ।
ସେଇ ସଇତାନ ନିର୍ବିଘ୍ନରେ କରେ
ଧରମ ପ୍ରଚାର
ଧର୍ମ ଯୁଦ୍ଧ ଅନିର୍ବାଯ୍ୟ ବୋଲି, ଦିଏ
ସିଂହ ହୁଙ୍କାର ।
ଅତ୍ୟାଚାରୀ ଶାସକ କାହୁଁ ଜାଣିଵ
କୃଷକ ଭାଇର ଶ୍ରମ
ଖରା, ବର୍ଷା, ଶୀତରେ କୃଷକର
ସବୁ କ୍ଷେତ ବାଡ଼ିର କର୍ମ ।
ଗ୍ରାସି ଯାଏ ଅନ୍ୟାୟ ଅସତ୍ୟ,
ଦୁଃଖ କଷ୍ଟ ମଣିଷେ
ଜୀଇ ଥାଏ ନିତି ମରି ମରି, ନୀରିହ
ଲୋକ ନିରାଶେ ।
ହାରିନାହିଁ ହାରିବନି କେବେ ଶ୍ରମିକ
କୃଷକ ଏ ଦୁନିଆର
ପାପାଚାରୀ ମାନଙ୍କୁ ବିନାଶ କରିବା
ପାଇଁ ସୃଷ୍ଟି ହୁଏ ବିପ୍ଳବର ।