Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Action Classics Inspirational

4  

Gangotri Priyadarshini

Action Classics Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
435



କାର୍ତ୍ତିକ ପୂର୍ଣ୍ଣିମା ମିଳେ ପୁଣ୍ୟ ଦାନ

ହୁଅଇ ଧରାରେ ନର ଜନ୍ମ ଧନ୍ୟ

ବାଣିଜ୍ୟେ ବଣିକ କରଇ ଗମନ

ବୈଭବ ବିକାଶ ହୁଏ ଯତ୍ନବାନ ।


ଧର୍ମ କର୍ମ ମଧ୍ୟେ ମିଳେ ଦିବ୍ୟଜ୍ଞାନ

ମାନବତା ରକ୍ଷା ସୁଧି ଜନେ ଶୁଣ

ଆକାଶ ଦୀପର ସାନ୍ଧ୍ୟ ପ୍ରଜ୍ଜ୍ୱଳନ

ପୂର୍ବ ପୁରୁଷଙ୍କୁ ସେ ଜ୍ୟୋତି ପ୍ରଦାନ ।


କୃଷ୍ଣ ରାସ ରଙ୍ଗେ ଜୀବନ ହରଷ

ଭୋଜରାଜ ଭୀଷ୍ମ ଗଙ୍ଗାସ୍ନାନ ଉତ୍ସ

ଇହଧାମ ତ୍ୟାଗ କାର୍ତ୍ତିକ ମାସରେ

ବୈକୁଣ୍ଠ ପ୍ରାପ୍ତି ଯୋଗ ସମୟରେ ।


ମହାପଂଚକ ପଡେ କାର୍ତ୍ତିକ ମାସରେ

ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣିମା ଯୋଗରେ ।


ରାଇ ଦାମୋଦର ବ୍ରତ ଉଦଯାପନ

ଗାଆଁ ଗହଳିରେ ହବିଷ୍ୟ ପାଳନ

ତୁଳସୀ ପୂଜନ ବିଷ୍ଣୁ ପଦେ ଧ୍ୟାନ

ଦୁର୍ଲ୍ଲଭ ସଂସ୍କୃତି ଦେଶ ଏ ମହାନ ।


ଆ କା ମା ବୈ ପାନ ଗୁଆ ତୋର

ମାସକ ଯାକର ପୁଣ୍ୟ ଲାଭ କର

ଶ୍ୟାମ ଦେଶ ପରମ୍ପରା ପଟୁଆ ନାବ

ଉତ୍କଳ ନୌ ପରମ୍ପରା ବୋଇତ ବନ୍ଦାଣ ।।


Rate this content
Log in

Similar oriya poem from Action