STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଦେବୀ

ଦେବୀ

2 mins
43


ଓଦା ଓଦା ହଳେ ଆଖି

ଚାହିଁରହିଥିଲା ତୋର ଫେରିବା ବାଟକୁ

ତୁ କାଳେ ଦେବୀ ପାଲଟୁ ଥିଲୁ

ସଜେଇହେଇଥିବା ପେଣ୍ଢାଲରେ ।।


କାଶତଣ୍ଡୀର ଶ୍ବେତ ଅନୁରାଗ

ଟାଣି ଧରୁଥିଲା ପ୍ରତି ଯାତ୍ରୀକୁ ଚିତ୍ରା ନଦୀ କୂଳେ

ରାଜମାର୍ଗରେ ଚକ ଗଡେଇଲା ବେଳେ

ପଠାରୁ କହୁଥିଲା

" ଉଠା ଫଟୋ ଦେବୀ ଭଙ୍ଗୀରେ,

ତୋ ଭିତରର ଟାଣପଣକୁ

କ୍ୟାମେରା କାଚରେ ଧର

କେତେ ସୁରକ୍ଷିତ ସୁନ୍ଦର ଦିଗ ତୋର

ହେଜେ ଥରେ ।।


ଦେବୀଙ୍କୁ ଦେଖିବାକୁ ଯିବୁ ପରେ ,

ଆଗେ ମୋ ଦରଜ ମାପ

ମୋର ଯେ ଏଇ

ଶରତଟେ ଆୟୁଷ କେବଳ ।।


ପରକ୍ଷଣରେ ଫେରନ୍ତା ଚଢେଇ

ନୀଡରେ ତାର ମନ

ଦେବୀର ସ୍ଥାୟୀ ଘର ଥାଏ କଣ ?

କଣ ଯେ ! ଏତିକି ବୁଝୁନୁ ?

ଦେବୀ ପରା ମାଟିଲଗ୍ନା

ମନ୍ତ୍ରସିକ୍ତ ମାଟି ଓ ଆକାଶରୁ ଅଦୃଶ୍ୟ ପାଦ ବଢେଇ

ଥରକୁଥର

ଅଦୃଶ୍ୟ ପଣତ ବେଢଉଥାଏ ପୃଥିବୀକୁ ।।


ଆଃ ! କି ମହମହ ବାସ୍ନା

ଝୁଣା ଝୁଣା ଜୀବନ

ଅଗରୁ ଅଗରୁ ଆତ୍ମା

ଦୀପରୁ ଘିଅ ସରିବା ଯାଏ ।।


ହେଲେ ଅଳତା ବୋଳା ସେ

ପାଦ ଚିହ୍ନକୁ ଏବେ ବି ଅପେକ୍ଷା କରିଛି

ଓଦା ଓଦା ହଳେ ଆଖି

ଅଧରାତିରେ

ଅନ୍ଧାର ଭେଦି

ଚିରିଦବ ଯିଏ

ସବୁ ଅନ୍ଧାରକୁସଳିତା ପରି

ହୁତ୍ ହୁତ୍ ଜାଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action