STORYMIRROR

Subhashree Nayak

Tragedy Action Inspirational

4  

Subhashree Nayak

Tragedy Action Inspirational

ମୁଁ ଝିଅଟିଏ

ମୁଁ ଝିଅଟିଏ

1 min
424


ଜନମ ଲଭିବା ଆଗରୁ ମୋ ପାଇଁ

ସଂଘର୍ଷର ପଥ ସଜା ଥାଏ,

ଲଢେଇ ମୋହର ଜନ୍ମରୁ ଆରମ୍ଭି

ମରଣ ପର୍ଯ୍ୟନ୍ତ ଚାଲିଥାଏ।


ପିଲାଟି ଦିନରୁ ବୋଝ ବୋଝ ବୋଲି

ସାହି ପଡିଶାରେ ହୁରି ପଡ଼େ,

ନାରୀତ୍ୱ ପ୍ରମାଣ ଯନ୍ତ୍ରଣାରେ ଦିଏ

ଶିଙ୍କୁଳି ଆବୋରି ବେନି ଗୋଡେ‌।


ସପନ ମୋ ସବୁ ଆକାଶରେ ନୁହେଁ

ଚାରି କାନ୍ଥ ମଧ୍ୟେ ବନ୍ଧା ରହେ,

ଅଳପ ହସିବି ଅଳପ କହିବି

ମୋ ସମାଜ ମୋତେ ନିତି କୁହେ।


ପ୍ରକୃତି ଆଦରି ପରମ୍ପରା ଘେନି

ବାପଘର ଦିନେ ପର ହୁଏ,

ଭାଗ ଭାଗ ହେବି ଲେଖା ମୋ ଭାଗ୍ୟରେ

ତଥାପି ତହିଁରେ ଶାନ୍ତି ପାଏ।


ଜୀବନ ଯାକରେ ଚାଲିବି ନ ଥକି

ସାହସ ଛାତିରେ ଧରି ଥାଏ,

ହସି ହସେଇବି ସଂସାରକୁ ମୋର

ସମାଜରେ ମୁଁ ଝିଅଟିଏ।


ଈଶ୍ୱର ସୃଷ୍ଟିରେ ଝିଅଟିଏ ବୋଲି

ଅନ୍ତରରେ ନିତି ଖୁସି ହୁଏ,

ମୁଁ ସବୁ କରିବି ମୁଁ ହିଁ ପାରିବି

କାରଣ ଏ ସମାଜ କୋଳରେ

ସର୍ବ ସ୍ୱତନ୍ତ୍ର ମୁଁ- " ଝିଅଟିଏ" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy