STORYMIRROR

Binapani Tripathy

Tragedy

3  

Binapani Tripathy

Tragedy

ଜର୍ଜରିତ ଜରା

ଜର୍ଜରିତ ଜରା

1 min
294

ଧସେଇ କି ପଶି ଆସିଲେ ବୃଦ୍ଧ ଜଣକ 

ଆଖିରେ କୋକୁଆ ଭୟ 

ଗୋଡ ଥରୁଛି, ହାତ କଂପୁଛି 

ଭଂଗା ଭଂଗା ସ୍ବର ରେ କହିଲେ 

ବଞ୍ଚାଅ ବାବୁ

ମୋତେ ମାରିଦେବେ 

ମୋ ପୁଅ ଝିଅ ।


ସ୍ତ୍ରୀ କେବେଠୁଁ ଯାଇଛି 

ଉଆସ ରେ ମୁଁ ଏକା ଏକା 

ଦାମୀ ଆସବାବ ସହ 

ମୋର କଥାବାର୍ତ୍ତା 

ବଗିଚାର ଗଛ କିଛି 

ଭଲ ମନ୍ଦ ପଚାରି ନିଅନ୍ତି 

ବାଧକ ପଡିଲେ 

ମନ୍ଦ ମନ୍ଦ ମଳୟ ଟା 

ମନ ଜାଣି ଦିହ ମୁଣ୍ଡ ଦଉଛି ଆଉଁସି ।


ଭାବନାର ଭିଡ 

ଭାବିବାକୁ କେବେ ଦେଇ ନାହିଁ 

କିପାଶେ ମୋର ନାହିଁ କେହି 

ଦିନ ବିତେ 

ଗାଡି ମୋଟର ର କେଁ କାଁ ସାଥେ 

ରାତି ହେଲେ 

ଜହ୍ନ ନଇଁ ଆସେ 

ଝରକା ର ପରଦା ଆଡେଇ ।


ହଁ, ଦୁଇ ପୁଅ ଝିଅ ମୋର 

ବାସିନ୍ଦା ଆମେରିକା ର

ବ୍ୟସ୍ତ ବିବ୍ରତ ଜୀବନ 

ସମୟ ମିଳେନା 

ବୁଝିବାକୁ ଖବର କାହାର 

ଆସିଛନ୍ତି, ମୋ ଘର ବିକିଦେବେ 

ବୃଦ୍ଧାଶ୍ରମେ କାଟିବି ମୁଁ ଦିନ 

ଆମେରିକାରେ ଆଉ ଗୋଟେଗୋଟେ

ଫ୍ଲାଟ୍ କିଣିବେ  ।          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Tragedy