Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binapani Tripathy

Romance

3  

Binapani Tripathy

Romance

ତୁମେ

ତୁମେ

1 min
239


ମନରେ ମୋ ତୁମ ଚିତ୍ରପଟ 

ମନକୁ ଭାଂଗନା ପ୍ରିୟ ଆଉ 

ଯେତେ ଟୁକୁଡା ରେ ଭାଂଗି ଦେବ 

ସେତେ ଚିତ୍ର ହେବ ଦାଉ ଦାଉ ।


ଆଖିିରେ କି ଲଟକି ଯାଇଛ 

ଦର୍ପଣରେ ଦିଶେନା ମୋ ମୁହଁ 

ପ୍ରତିବିମ୍ବ ତୁମ ଝଟକୁଛି 

କି ଶୃଙ୍ଗାର କରିବି ମୁଁ  ।


ଛାତିରେ ଗରଜେ ସ୍ମୃତି ତୁମ 

ଝର ଝର ଅଶ୍ରୁ ପଡେ ଝରି 

ଓଠ ଶୋଷି ନିଏ ଆଦରରେ 

ତୁମ ସ୍ନାନ ପଞ୍ଚାମୃତ ଭାଳି ।


ଜିତିଗଲ ଲୁଚକାଳି ଖେଳେ 

ପରାଜୟେ ଅଧୀର ମୁଁ ନୁହେଁ

ଯେଣେ ଇଚ୍ଛା ତେଣେ ଲୁଚୁଥାଅ 

ମୋ ଭାବନାରେ ତୁୁମେ ହିଁ ତ, ତୁମେ ।

  


Rate this content
Log in

Similar oriya poem from Romance