ଆବାହନ
ଆବାହନ
ଗାଲରେ ପୀରତି ମାଖି
ଆଖିରେ ସପନ ଯୋଖି
ଲାଜର ଅଳତା ପିନ୍ଧି
ସ୍ମୃତି ର ଘୁଙ୍ଗୁର ବାନ୍ଧି ।
ବସିଛି ମୁଁ, ବସିଥିବି
ମୋ ପ୍ରିୟ ଆସିବେ ବୋଲି
ମନ ମନ୍ଦିରେ ଦୀପ ଜଳୁଥିବ ।
ଲାଗେନା ଲାଗେନା ମନ
ନେତ୍ର ସ୍ଫୁରେ ଘନ ଘନ
ଚିତ୍ତ, ଚିତ୍ତଚୋର ପାଶେ
ଚିନ୍ତି ଓଠ ଚିପି ହସେ ।
ଚିତ୍ର ଟିଏ ହୃଦେ ଆଙ୍କି
ଦ୍ବାରେ ଉଙ୍କି ମାରୁଥିବି
ମୋ ପ୍ରିୟ ଆସିବେ ବୋଲି
ତା
ରା ଆଖିମିଟା ମାରୁଥିବ ।
କାଉ ଡାକେ କା କା
ହଳଦୀବସନ୍ତ ଆ
କି ବାରତା ଆଣିଛୁ ତୁ
ଦେଇ ଯା ଦାନା ଖା ।
ପତରେ ପତରେ ପତ୍ର
ଲେଖୁଛି ମୁଁ, ଲେଖୁଥିବି
ମୋ ପ୍ରିୟ ଆସିବେ ବୋଲି
ଦୁଷ୍ଟ ପବନ ଉଡେଇ ନେଇଯିବ ।
ତେଲେଙ୍ଗି ମହୁରୀ ବାଜୁଥିବ
ଶଙ୍ଖ ହୁଳହୁଳି ଉଛୁଳିବ
କନିଆ ସାଜି ମୁଁ ବସୁଥିବି ନିତି
ଭାଉଜ ଙ୍କ ଥଟ୍ଟା ଶୁଭୁଥିବ ।
ମୁଁ ମଲା ପର୍ଯ୍ୟନ୍ତ,
ପ୍ରିୟ ମୋର
ଏଇମିତି ଆସୁଥିବ ।