Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Classics Others

3  

ବି. ନିରୁପମା

Romance Classics Others

କୋପ କର ଦେବୀ ଶେଷ

କୋପ କର ଦେବୀ ଶେଷ

1 min
406


ତୁମ ପଦ ଧରି ରାଧିକେ ଗୋ ଏବେ

ହେଉଛି ମୁଁ ନିଉଛାଳି,

ମୋ ଉପରେ ଥିବା ରୋଷ ପରିହର

ଦେଲେ ଦିଅ ଯେତେ ଗାଳି ।


ଚନ୍ଦ୍ରାବଳୀ କୁଞ୍ଜେ ବିଜେ କଲି ବୋଲି

ଅଭିମାନ ଅଛ କରି,

ଚାହିଁଦେଖ ତୁମ ଅଙ୍ଗ ସଙ୍ଗ ବିନା

ହୋଇଲିଣି କେତେ ସରି ।


ତୁମରି ହୋଇ ତ ଅଛି ସବୁଦିନ

ରହିଛି ମୁଁ ରହିଥିବି,

ଶ୍ରଦ୍ଧା ବହି କିଏ ମୋ ପଦ ପୂଜିଲେ

କାହିଁକି ଗୋ ଦୋଷୀ ହେବି ।


ତୁମ ମାନ ସଖି ଭାଙ୍ଗିବା ସକାଶେ

ଧରିଲିଣି କେତେ ବେଶ,

ଧୈର୍ଯ୍ୟଚ୍ୟୁତି ଏବେ ଘଟିଲାଣି ମୋର

କୋପ କର 'ଦେବୀ' ଶେଷ ।


ଶ୍ରୀମତୀ ଗୋ ମୋତେ ଆପଣାଇ ନିଅ

ଦୋଷାଦୋଷ କର କ୍ଷମା,

ପ୍ରେମମୟୀ ଆଜି କଥା ଦେଉଛି-ଏ

ଭୁଲ ହେବନାହିଁ ଜମା ।


Rate this content
Log in

Similar oriya poem from Romance