STORYMIRROR

Binapani Tripathy

Classics

3  

Binapani Tripathy

Classics

ନାଁ

ନାଁ

1 min
174


ନା..ଲିଭାଅନା ମୋ ଅନ୍ତରେ ନିଆଁ 

ଦିକି ଦିକି ଜଳୁଥାଉ 

ମାଟିର ଦୀପ ମୁଁ, ମାଟି ହେବା ଯାଏଁ 

ଜଳୁ ଜଳୁ ଦିନ ଯାଉ 

ତମସା ପଣତେ ଆଶା ର କିରଣ 

ଜଳୁଥାଉ ନିରନ୍ତର 

ଜଳିଯିବ ଯଦି ଭୁଲ୍ ବୁଝାମଣା 

ମୋ ହୃଦୟ ଅଂଗାର ହେଉ ।


ପାପ ଜଳିଯାଉ ଶାପ ଜଳିଯାଉ 

ଜଳିଯାଉ ରୋଗ ଶୋକ 

ମିଛ ଗାରିମାର ଭ୍ରମ ଜଳିଯାଉ 

ଆତଙ୍କ ହେଉ ପାଉଁଶ 

ଫୁଙ୍କିଦିଅ ଟିକେ ଘୃଣା ଜଳିଯାଉ 

ପ୍ରେମ ସୁବର୍ଣ୍ଣ ଝଟକୁ ଥାଉ 

ନା ଲିଭାଅନା ମୋ ଅନ୍ତରେ ନିଆଁ 

ଦିକି ଦିକି ଜଳୁଥାଉ ।


ଜାଳି ଦୀପ ଧୂପ ଯାଚି ଫଳ ପୁଷ୍ପ 

ଦିଅଁ ପୂଜୁ ପୁଣ୍ୟ ଅର୍ଥେ 

ଭୋକିଲା ପେଟର ଆତୁର ପିଲା ଟି 

ଅଇଁଠା ପତର ଚାଟେ 

ଢୋକେ ଜଳ ଆଶେ, ଉଡେ ପିତୃ ହଂସା 

ତୁ ଗଂଗା ସ୍ନାନେ ପାପ ଧୋଉ 

ନା ଲିଭାଅନା ମୋ ଅନ୍ତରେ ନିଆଁ 

ଦିକି ଦିକି ଜଳୁଥାଉ। 


ଯୁବା ମନ ତଳେ ସୁପ୍ତ ସିଂହ ବଳ 

ଜାଗି ଉଠୁ ତେଜି ଉଠୁ 

ଏ ଜାତି ର ଗର୍ବ ହଜିଲା ଗୌରବ 

ଫେରିଆସୁ ଫେରି ଆସୁ 

ଜ୍ଞାନ ନଦୀ ତୀରେ ଧ୍ୟାନମଗ୍ନା ପିଢି 

ମୋକ୍ଷ ର ସନ୍ଧାନ ପାଉ 

ନା ଲିଭାଅନା ମୋ ଅନ୍ତରେ ନିଆଁ 

ଦିକି ଦିକି ଜଳୁଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Classics