Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binapani Tripathy

Classics

4  

Binapani Tripathy

Classics

ଗାଁ

ଗାଁ

1 min
340


ପୂରୁବ ସିନ୍ଦୁରା ଲାଗେ ମଳୟର ମୃଦୁ ଛନ୍ଦେ 

ପକ୍ଷୀ ର କୂଜନ ଶୁଭେ ମନ୍ଦିର ରେ ବାଜିଲାଣି ଘଣ୍ଟି ,

କାଖରେ କଳସୀ ହସେ ଓଦା ଓଦା ମାଟି ବାସେ 

ଭିଜା ଭିଜା କୁନ୍ତଳରୁ ଜଳ ବିନ୍ଦୁ ପଡୁଛି ଛିଟିକି ,

ଘାସ ର ଗାଲରେ କିଏ ଆଙ୍କି ଦେଲା ମୋତି ଏତେ 

ଅବା ଶକ୍ତ ଚୁମ୍ବନ ଟେ ବଦନରେ ପ୍ରୀତି ଝଲସୁଛି, 

ଆସ ! ସାଥୀ ଫେରି ଆସ !ସହରର ଭିଡ ଠେଲି 

ଗାଁ ତୁମ ପ୍ରିୟ ବୋଲି ମନ ରେ ମୋ ଗାଁ ବସେଇଛି ।


ଆମ୍ବତୋଟା ନଈପଠା ଜାମ୍ବ ଲିମ୍ବ ନାଗଚଂପା

ତାଳଗଛ ଧାଡି ଧାଡି ଝୁଲେ ବାଇଆ ର ବସା ,

ଧାନ ମୁଗ ବିରି ଚାଷ ସୋରିଷ ଫୁଲର କ୍ଷେତ 

ବରଗଛ ଓହଳରେ ଝୁଲା ଝୁଲିବାର ନିଶା ,

ସବାରୀ ଉଠେ ଧିରେ ଘର କାନ୍ଦେ ସାହି ଝୁରେ 

ହାତେ ପାଣି ଲୋଟା ଧରି ଭାଇ ପଛେ ଦୌଡୁଛି, 

ଆସ ! ସାଥୀ ଫେରି ଆସ ! ସହରର ଭିଡ ଠେଲି 

ଗାଁ ତୁମ ପ୍ରିୟ ବୋଲି ମନରେ ମୋ ଗାଁ ବସେଇଛି ।


ଝାଟି ମାଟି ଚାଳଘର ତାଟି ଖଣ୍ଡେ ବାଉଁଶ ର

ଲିପା ପୋଛା ପିଣ୍ଡା ଧାରେ ଖଣ୍ଡେ ଖଜୁରୀ ର ପଟି, 

ଦ୍ବାରେ ବନ୍ଧା ଗୋରୁ ଯୋଡା ଖାଉଛନ୍ତି ଘାସ ନଡା 

କଅଁଳା ବାଛୁରୀ ଠିଆ  ବଉଳା ଚାଟୁଛି ପିଠି, 

ପିଜୁଳିର ଟପ ଟପ  ପତର ର ଖସ ଖସ 

ଜହ୍ନ ଛାଇ ଆଲୁଅ ରେ ରାତି ଗୀତ ଗାଉଅଛି ,

ଆସ ! ସାଥୀ ଫେରି ଆସ ! ସହରର ଭିଡ ଠେଲି 

ଗାଁ ତୁମ ପ୍ରିୟ ବୋଲି ମନରେ ମୋ ଗାଁ ବସେଇଛି ।


Rate this content
Log in

Similar oriya poem from Classics