STORYMIRROR

Binapani Tripathy

Romance

3  

Binapani Tripathy

Romance

ନାଇଁ

ନାଇଁ

1 min
196

ମନେ କି ପଡୁନି ହାତ ଧରିଥିଲ 

ସେ ରାତି ଫେରି କି ଚାହେଁ 

ମାଘ ପୌଷ ଜାଡ ବରଷା କାକର 

କାଟିନେ କି ସାଥେ ଦୁହେଁ 

ଆ..କହିଦେଲେ ଛୁଇଁ ଯାଉଥିଲି 

ଛାଏଁ ଛାଏଁ ତୁମ ଛାତି 

ଏଇ ! କହି କି ପାରିବ ଦୂରତା କେତିକି 

ମୋ ଠୁଁ ତୁମ ଯାଏଁ !!


କୁହ ! କୁହ ! କୋଉ ମନ କଥା ତୁମ 

ଶୁଣି ନାହିଁ ଶୁଣି ନାହିଁ 

ଅନ୍ତରୁ ଅନ୍ତର ହେଇଛି କି କେବେ 

ଅନ୍ତରେ କି ତୁମ ନାହିଁ 

ସଂଜ କି ସକାଳ ଆଲୁଅ ଅଂଧାର 

କାଟିଛି କି ତୁମ ବିନା 

ଶେଯକୁ ପଚାର ତୁମ ବିନା ନିଦ 

ଛୁଇଁଛି କି ଛୁଇଁ ନାହିଁ ।।


ମାନ କି ନ ମାନ ଏ ପାଗଳ ମନ 

ମନା ମାନୁନାହିଁ ଜମ୍ମା 

ମୁଡ୍ ବଦଳିଲେ ମନ କି ବଦଳେ 

ନାଁ ...ନାଁ ....ନାଁ ...

ନାଇଁ ମାନିବିନି ଭାଗ୍ୟ କି ଭାଗର 

ଅଛ କି କାଣିଏ ନାହଁ 

ଭାବରେ ଭରିଛ ମୋ ଶୂନ୍ୟ ହୃଦୟ 

ଭରପୁର୍ ସବୁଜିମା ।।


ହଁ ହୁଡିବିନି ପାଦେ କି ପଦିଏ 

ରତିଏ ରାତିଏ ରୀତି 

ନା ଲୋଡିବିନି ଦେହ କି ଦରଜ 

ଦରଦ ଦରବ ପ୍ରୀତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Romance